106

୧୩ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଗଲା

ଭୁବନେଶ୍ୱର,୯/୮(ଓଡିଆନ ମିଡିଆ): ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି । ଏବେ ପୂରା ଓଡ଼ିଶାକୁ ଏମିତି ଭୟ ଘାରିଛି। ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ସର୍ବାଧିକ ୧୭୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଘାତକ କରୋନା ସର୍ବାଧକ ଆଉ ୧୩ ଜଣ କରୋନା ଆକ୍ରାନ୍ତଙ୍କ ପରଲୋକ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭୨ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାରେ ପୁଣି ୧୩ ଜଣଙ୍କ ଜୀବନ ନେଲା କରୋନା। ମୃତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ ଜଣ, କୋରାପୁଟରୁ ୨ ଜଣ, ବାଲେଶ୍ବର, ବରଗଡ଼, ନୟାଗଡ଼, ଖୋର୍ଦ୍ଧା ଓ ଭୁବନେଶ୍ବର ମହାନଗର ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Spread the love