ସୋହେଲା, ୮/୮(ଓଡିଆନ ମିଡିଆ ): ବସ୍ ଚଳାଇ ପ୍ରବାସୀଙ୍କୁ ଟିଏମସି ସେଣ୍ଟରରେ ନେଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ । ତାଙ୍କୁ ବସ୍ ଡ୍ରାଇଭର ସିଟରେ ଦେଖିବାକୁ ମିଳିଥିଲା । ସେ ଏକ ବସର ଡ୍ରାଇଭର ସାଜି ମେଲଛାମୁଣ୍ଡା ଥାନା ସାଲେପାଲି ଓ ପେଟୁପାଲି କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିବା ଲୋକଙ୍କୁ ଆଣିବାକୁ ଯାଇଥିଲେ । ସାଲେପାଲି ସେଣ୍ଟରରେ ଥିବା କୋଲକତା ଫେରନ୍ତା ଏକ ପରିବାରର ୫ଜଣ ଏବଂ ପେଟୁପାଲି ସେଣ୍ଟରରେ ଥିବା ୨ଜଣଙ୍କୁ ସୋହେଲା କଲେଜ ଟିଏମସିକୁ ଆଣିଥିଲେ । ତାଙ୍କ ସହିତ ସୋହେଲା ବିଡିଓ ବିଶ୍ୱରଂଜନ କର, ସୋହେଲା ଥାନା ଆଇଆଇସି ନିର୍ମଳ ଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ ପଧାନ ପ୍ରମୁଖ ଯାଇଥିଲେ । ଏପରି ପ୍ରତିକୂଳ ପରିସ୍ଥିତିରେ ସେ ନିଜେ ବାହାରି ଲୋକଙ୍କ ସେବା କରି ଚାଲିଥିବାରୁ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି ।
148