128

ଖାଉଛନ୍ତି କି ? ଡାଲିର ରାଣୀ

 ଆମ ଓଡ଼ିଶାର ଗାଁଗହଳିରେ ମୁଗ ଡାଲିର ଆଦର ବିଶେଷ ଭାବେ ଦେଖାଯାଏ।  ଉର୍ତ୍ତର ଭାରତରେ ମଧ୍ୟ ଏହା ଏକ ପ୍ରମୁଖ ବ୍ୟଞ୍ଜନ ଭାବେ ପରଷାଯାଏ । ବିଭିନ୍ନ ପ୍ରଜାତିର ଡାଲି ମଧ୍ୟରେ ମୁଗ ଡାଲିକୁ ଡାଲିମାନଙ୍କର ରାଣୀର ନାମ ଦିଆଯାଇଛି । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟହ କରି ୧୦ଦିନ ଏହି ମୁଗ ଡାଲି ଖାଇବା ସ୍ଵାସ୍ଥ୍ୟ ଉପରେ ଖୁବ୍ ଭଲ ପ୍ରଭାବ ପକାଏ । ଓ ପ୍ରୋଟିନ୍ ଓ ପ୍ଲାବୋନୋଏଡସ୍ ଭରପୂର ମୁଗ ଡାଲି ମଧୁମେହ ରୋଗୀ ଦି ପହର ଭୋଜନରେ ଖାଇବା ସେମାନଙ୍କ ସ୍ଵାସ୍ଥ୍ୟ ପାଇଁ ଖୁବ୍ ଉପକାରୀ । ଏହି ଡାଲିରେ ଆଲକାଲାଇନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଓ ସୋଡିୟମ୍ ପରି ପୋଷକତତ୍ତ୍ୱ ଭରପୂର ରହିଛି ।   ମୁଗ ଡାଲି ଖାଇବା ସମୟରେ କ୍ଷୀର, ଦହି ଓ ଛେନା ଇତ୍ୟାଦି ଖାଇବା ସ୍ଵାସ୍ଥ୍ୟ ପାଇଁ ହିତକର ନୁହେଁ । ମୁଗ ଡାଲି ଖାଇଲେ ତାହା ଶରୀରକୁ ପ୍ରଚୁର ପରିମାଣରେ ଶକ୍ତି ଯୋଗାଇଥାଏ । ଗର୍ଭବତୀ ମହିଳା ମୁଗ ଡାଲି ଖାଇବା ଉତ୍ତମ ହୋଇଥିବାବେଳେ ବିଶେଷଜ୍ଞଙ୍କ ପରାମର୍ଶରେ ୮-୯ ମାସର ଶିଶୁକୁ ଅଳ୍ପ ପରିମାଣରେ ମୁଗ ଡାଲି ସିଝା ପାଣି ପିଇବା ଉଚିତ । ଏହା ଏକମାତ୍ର ଡାଲି ଯାହାକୁ ଫ୍ରିଜ୍‌ରେ ରଖି ପରେ ଖାଇଲେ ତାହାର ପୋଷକତତ୍ତ୍ବ ଅଧିକ ପରିମାଣରେ ବଢ଼ିଥାଏ ବୋଲି ଖାଦ୍ୟ ବିଶେଷଜ୍ଞ ରୁଜୁତା ଦିୱେକର କହିଛନ୍ତି । ନିୟମିତ ମୁଗ ଡାଲି ଖାଇଲେ ‘ଶରୀରର ହଜମ ଶକ୍ତି ବଢ଼ାଇଥାଏ। 
Spread the love