119

ଅନ୍‌ଲକ୍‌-୩ ଗାଇଡଲାଇନ୍ ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରେସ୍‌ମିଟ୍

ଭୁବନେଶ୍ୱର,୩୧/୭(ଓଡିଆନ ମିଡିଆ ): ଅନ୍‌ଲକ୍‌-୩ ଗାଇଡଲାଇନ୍ ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରେସ୍‌ମିଟ୍ । ମାସ୍କ ନପିନ୍ଧିଲେ ଅଧିକ ଜୋରିମାନା ଗଣିବେ ପ୍ରଥ ୨ ଥର ନମାନିଲେ ହଜାର ଟଙ୍କା ଫାଇନ ଏବଂ ତୃତୀୟ ଥର ଏହି ନିୟମ ଭାଙ୍ଗିଲେ ଗଣିବେ ୫ ହଜାର ଟଙ୍କା ।
ରାଜ୍ୟରେ ହଟିବନି ରାତ୍ରୀ କାଳୀନ କର୍ଫ୍ୟୁ ଓ ରାତି ୯ରୁ ସକାଳ ୫ ଯାଏଁ ଜାରି ରହିବ ନାଇଟ୍ କର୍ଫ୍ୟୁ ଓ ଏହି ସମୟରେ ସବୁ ଚଳାଚଳା ବନ୍ଦ, ଜରୁରୀ ସେବାକୁ ବାଦ୍ ଓ ଅଗଷ୍ଟ ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ, ପରୀକ୍ଷା ହୋଇପାରିବ, ଖାତା ଦେଖା ହୋଇପାରିବ, ଅଗଷ୍ଟ ୫ରୁ ଯୋଗ କେନ୍ଦ୍ର ଖୋଲିବ, ଜିମ୍ ଖୋଲିବ, ସର୍ତ୍ତ ସହ ଖୋଲିବ ଜିମ୍ ଓ ଯୋଗ କେନ୍ଦ୍ର, ମାସ୍କ ନପିନ୍ଧିଲେ ୧୦୦୦ ଟଙ୍କା ଜରିମାନା ଓ ସାଧାରଣ ସ୍ଥାନରେ ଛେପ ପକାଇଲେ ୧୦୦୦ ଜରିମାନା ଓ ପ୍ରଥମ ଭୁଲ ପାଇଁ ଜରିମାନା ୧୦୦୦ ଟଙ୍କା ୨ୟ ଭୂଲ ପାଇଁ ୫୦୦୦ ଜରିମାନା ଓ ଦୋକାନରେ ସାମାଜିକ ଦୂରତା ନ ରଖିଲେ ସିଲ୍ ହେବ ଦୋକାନ । ପ୍ରଥମ ଥର ନିୟମ ନମାନିଲେ ସପ୍ତାହେ ସିଲ୍ ଏବଂ ୧୦ ହଜାର ଜରିମାନା ଓ ଏହା ପରେ ନିୟମ ନମାନିଲେ ମାସେ ଯାଏ ସିଲ୍ ହେବ ଦୋକାନ ଓ ୪ଜିଲ୍ଲାପାଇଁ୨ଦିନ ସଟଡାଉନ
ଗଞ୍ଜାମ, ଖୋର୍ଦ୍ଧା, ଗଜପତି, କଟକ ଏବଂ ରାଉରକେଲାରେ ୨ ଦିନ ସଟଡାଉନ
– ଶନିବାର, ରବିବାର ଏହି ୪ ଜିଲ୍ଲାରେ ସଟଡାଉନ କରାଯିବ
– ଅଗଷ୍ଟ ମାସ ସାରା ଏହି ନିୟମ ଲାଗୁହେବ
– ଅଗଷ୍ଟ ୧, ୨ରେ ସକାଳ ୫ରୁ ଦିନ ୧ ଯାଏଁ ଦୋକାନ ଖୋଲା
Spread the love