ଭୁବନେଶ୍ୱର: ସାଲେପୁର ଜନସଭାରେ ରାହୁଲ୍ ବିଜେଡ଼ିକୁ ଟାର୍ଗେଟ କରି କହିଛନ୍ତି ଯେ ନବୀନ ସରକାର ଓଡ଼ିଶାକୁ କେବଳ ପାଣ୍ଡିଆନ୍ ଦେଇଛନ୍ତି , ଏହା ବ୍ୟତିତ ଅନ୍ୟ କିଛି ବି ନୁହେଁ। ଏଠି ଚାଷୀ ସମସ୍ୟା ଓ ବେରୋଜଗାରୀ ବଢିଛି । ଚାରା ରୋପଣ ଓ ଖଣି ଦୁର୍ନୀତିରେ କୋଟି କୋଟି ଟଙ୍କା ଅର୍ଥ ହରିଲୁଟ୍ ହେଉଛି । ଓଡ଼ିଶାରେ କଂଗ୍ରେସ ସରକାରକୁ ଜିତାଇବା ପାଇଁ ପ୍ରତିଶ୍ରୁତିର ବର୍ଷା କଲେ ରାହୁଲ୍ । ଦିନିକିଆ ଓଡ଼ିଶା ଗସ୍ତରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ କଟକରେ ମୈଦାନକୁ ଓହ୍ଲାଇ କଂଗ୍ରେସ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ।
ସାଲେପୁର ଜନସଭାରେ ଭାଷଣ ଆରମ୍ଭରୁ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ୍ । ସେ କହିଛନ୍ତି, କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ନିଜ ସରକାର ଚଳାଇଛନ୍ତି ନବୀନ ।
ଓଡ଼ିଶାରେ ଚାଷୀଙ୍କ ସମସ୍ୟା ବଢିଥିବାବେଳେ ରୋଜଗାର ନାହିଁ । ଚାରା ରୋପଣ ନାଁରେ ଓ ଖଣିରୁ କୋଟି କୋଟି ଟଙ୍କା ଅର୍ଥ ହରିଲୁଟ୍ ହୋଇଛି । ଏମିତି ଅନେକ କଟାକ୍ଷ କରିବା ସହିତ ଓଡ଼ିଶାବାସୀଙ୍କ ପାଇଁ ପ୍ରତିଶ୍ରୁତିର ବର୍ଷା କରିଛନ୍ତି ରାହୁଲ । ସେ କହିଛନ୍ତି ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ, 500 ଟଙ୍କାରେ ଗ୍ୟାସ୍, ୨୦୦ ୟୁନିଟ ମାଗଣା ବିଜୁଳି, ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କ ଆକାଉଣ୍ଟକୁ ବର୍ଷକୁ ଲକ୍ଷେ ଟଙ୍କା ଲେଖାଏଁ ପଠାଯିବ । ଏଥିସହ ଓଡ଼ିଶାର ପ୍ରତି ବେରୋଜଗାରଙ୍କୁ ବର୍ଷେ ପାଇଁ ଚାକିରି ଦେବାର ଗ୍ୟାରେଣ୍ଟି ଦେଇଛନ୍ତି ରାହୁଲ ।
ତେବେ 2004 ମସିହାରେ 33 ପ୍ରତିଶତ ଭୋଟ ସହ ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସ 2009 ସାଧାରଣ ନିର୍ବାଚନରେ 29 ପ୍ରତିଶତ, 2014ରେ 26 ପ୍ରତିଶତ ଓ 2019ରେ 16 ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଆସିଛି । କେନ୍ଦ୍ରୀୟ ନେତୃତ୍ବ ଇତିହାସର ସବୁଠୁ ୱିକ୍ ପଏଣ୍ଟରେ ଓଡ଼ିଶା ଥିବାରୁ ଭୋଟ ହାର ଆହୁରି ଖସି ଏକ ଅଙ୍କକୁ ଖସି ଆସିବା ଚର୍ଚ୍ଚା ହେଉଛି ।
ଅନ୍ୟପଟେ ଓଡ଼ିଶା କଂଗ୍ରେସର ଦଳୀୟ କର୍ମୀ ନେତା ଓ ସମର୍ଥିତ ଜନତା ରାହୁଲ୍ ଗାନ୍ଧୀଙ୍କ ଓଡ଼ିଶା ଆସିବା ଏବଂ ଅନେକ ଆସ୍ଵସ୍ଥିକର ପ୍ରତିଶ୍ରୁତି ପାଇବା ପରେ ସମସ୍ତ କଂଗ୍ରେସ୍ ପ୍ରେମୀ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି।