152

ଅନେକ ସମୟରେ ଲୋକଙ୍କ କଥା କଷ୍ଟ ଦେଇଥିବାରୁ କାନାଡ଼ାର ନାଗରିକତ୍ୱ ଛାଡ଼ିବେ ଅକ୍ଷୟ କୁମାର

ବମ୍ବେ: ସୁପରଷ୍ଟାର ଅକ୍ଷୟ କୁମାର ତାଙ୍କର ଅଭିନୟ ଯାଦୁରେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ରସ୍ଥାନ ପାଇଛନ୍ତି। ସେ ଏବେ ତାଙ୍କ ଆଗାମୀ ସିନେମା ‘ସେଲଫି’ର ପ୍ରମୋସନ ପାଇଁ ବ୍ୟସ୍ତ ଅଛନ୍ତି।

ଏହି ପ୍ରମୋସନ ସମୟରେ ଏକ ସାକ୍ଷାତକାରରେ ଅକ୍ଷୟ କହିଛନ୍ତି, ଭାରତ ମୋ ପାଇଁ ସବୁକିଛି। ଯାହାବି ରୋଜଗାର କରିଛି ଏହି ଭାରତରୁ। ଯେତେବେ‌ଳେ ବି ଲୋକମାନେ ମୋତେ ମୋର ନାଗରିକତ୍ବ ବିଷୟରେ ପଚାରନ୍ତି ମୋତେ ବହୁତ ଖରାପ ଲାଗିଥାଏ। ଖୁବଶୀଘ୍ର ମୁଁ କାନାଡାର ନାଗରିକତ୍ୱ ଛାଡ଼ିବାକୁ ଯାଉଛି।’

Spread the love