225

ଝରିଗାଁ ବ୍ଳକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବାଟ ବଣା !

ନବରଙ୍ଗପୁର,୨୨/୯:ମନରେଗାରେ ମନମାନୀ, ଲୋକଙ୍କ ଜୀବିକା ଲୁଟୁଛି ମେସିନ l ଠିକାଦାର ହେଉଛନ୍ତି ମାଲାମାଲ ହେଲେ ନା ଟା ଖାଲି ଶ୍ରମିକଙ୍କର l ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏଠି ବାଟବଣା ହୋଇପଡିଛି l ଲୋକଙ୍କୁ ଜୀବିକା ଯୋଗେଇବା ପରିବର୍ତ୍ତେ ବିକାଶ ନା ରେ କୋଭିଡ ଭଳି ପରିସ୍ଥିତିରେ ଲୋକଙ୍କୁ ଭୁଆଁ ବୁଲାଉଥିବା ଦେଖିବାକୁ ମିଳିଛି l ପ୍ରଶାସନ ଆଗରେ ଅଭିଯୋଗ କଲେ ମଧ୍ୟ ପ୍ରଶାସନର ସହଯୋଗ ମିଳୁନଥିବା କହିଛନ୍ତି ଗ୍ରାମବାସୀ l ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଝରୀଗାଁ ବ୍ଲକ ପାଲିଆ ଗ୍ରାମପଂଚାୟତ ଠାରେ, ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି l  ପାଲିଆ ଗ୍ରାମପଂଚାୟତ ଅନ୍ତର୍ଗତ ରାମସା ଗ୍ରାମ ସ୍କୁଲ ଠାରେ ରାସ୍ତାକଡ଼ ନାଳ ମେସିନ ଦ୍ୱାରା ଖୋଳା ଯାଉଥିବା ବେଳେ କlମର ଫଳକ ଟିଏ ମଧ୍ୟ ନାହିଁ l ମନରେଗା ରେ ଗାଁ ମେଟ ର ତତ୍ୱାବଧାନରେ କାର୍ଯ୍ୟ କରାଯିବା କଥା କିନ୍ତୁ ଉକ୍ତ କାମ ବିଷୟରେ ନା ମେଟ ଜାଣିଛନ୍ତି ନା ୱାର୍ଡ ସଭ୍ୟ l ତେବେ ଏହି କାମ ଲାଗି (ଲେ ଆଉଟ)ଦେଲା କିଏ ବୋଲି ପ୍ରଶ୍ନ ଉଠୁଛି । କାର୍ଯ୍ୟସ୍ଥଳରେ ପାନୀୟ ଜଳ, ଛାମୁଣ୍ଡିଆ ଏବଂ ପ୍ରାଥମିକ ଚିକତ୍ସା ଲାଗି ଔଷଧ ର ବ୍ୟବସ୍ଥା କରାଯିବା କଥା କିନ୍ତୁ ଯେଉଁଠି ଜେସିବି କାମ କରୁଛି ସେଠାରେ ଏ ସବୁର ଆବଶ୍ୟକତା କାହାପାଇଁ l ଗୋଟେ ପଟେ ସରକାରୀ କାମ ଖଣ୍ଡେ ନପାଇ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଉଥିବା ବେଳେ, ବର୍ତମାନ କୋଭିଡ ଲାଗି ଲୋକେ ଘରେ ବେରୋଜଗାରୀ ହୋଇ ବସିଛନ୍ତି l ଲୋକଙ୍କୁ ଜୀବିକା ଯୋଗେଇଦେବା ଲାଗି ଉଦ୍ଧିଷ୍ଟ ଯୋଜନା ଯଦି ଫେଲ ମାରିବ ତେବେ ପ୍ରଶାସନର ଭୂମିକା କଣ ବୋଲି ପ୍ରଶ୍ନ କରିଛନ୍ତି । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ସମ୍ପୂର୍ଣ୍ଣ ଅବ୍ୟବସ୍ଥା ହେଉଥିବା ବେଳେ, ଏ ସମ୍ପର୍କରେ ଗ୍ରାମରୋଜଗାର ସେବକ କିମ୍ଵା ସ୍ଥାନୀୟ ପି ଇ ଓ ଙ୍କୁ ପଚାରିଲେ ଏସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି l ଯେତେବେଳ ଦୁର୍ନୀତି ଲୋକଲୋଚନକୁ ଆସିଯାଉଛି ସେତେବେଳେ ସବୁ ଅଧିକାରୀ କିଛି ଜାଣିନଥିବା କହି ନିଜ ଉପରୁ ଦୋଷ କାଢିନେଉଥିବା ସାଧାରଣ କଥା ହୋଇଯାଇଛି lତେବେ ଏହି କାମ କାହା ତତ୍ୱାବଧାନରେ ଚାଲିଛି, ଏବଂ ଏହାର ଲେଆଉଟ ଦେଲା କିଏ ଏଵେ ଏ ନେଇ ସାଧାରଣରେ ନିନ୍ଦା କରାଯାଉଛି l

Spread the love