356

ସଫଳ ହେଲା ପରୀକ୍ଷଣ ଅଭିନନ୍ଦନ ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଚାନ୍ଦିପୁର: ୨୨/୦୯: ବାଲେଶ୍ୱର ସ୍ଥିତ ଚାନ୍ଦିପୁରରେ ଅଭ୍ୟାସ ଏୟାରକ୍ରାଫ୍ଟର ପରୀକ୍ଷଣ ସଫଳ ହୋଇଛି । ଅଭ୍ୟାସ ହେଉଛି ଚାଳକ ବିହୀନ ଦ୍ରୁତଗାମୀ ଟାର୍ଗେଟ ଏୟାରକ୍ରାଫ୍ଟ । କ୍ଷେପଣାସ୍ତ୍ର ଘାଟିର ୩ନମ୍ବର ଲଞ୍ଚପ୍ୟାଡ଼ରୁ ଏହି ଏୟାରକ୍ରାଫ୍ଟର ଉତକ୍ଷେପଣ ହୋଇଥିଲା । ଏହା ଏକ ମାଇଲଖୁଣ୍ଟ ଓ ସଫଳ ପରୀକ୍ଷଣ ପାଇଁ ଡ଼ିଆରଡ଼ିଓକୁ ଟ୍ୱିଟ ଯୋଗେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଭିନନ୍ଦନ ଜଣାଇଛନ୍ତି ।।ଡିଆରଡିଓର ବିମାନ ବିକାଶ ପ୍ରତିଷ୍ଠାନ (ଏଡିଇ) ପକ୍ଷରୁ ଅଭ୍ୟାସର ପରିପାଟି ବିକଶିତ ହୋଇଛି । ଏହି ବାୟୁ ଯାନ ଦୁଇଟି ଅଣ୍ଡର ସ୍ଲଙ୍ଗ ବୁଷ୍ଟର ସାହାଯ୍ୟରେ ଛଡା ଯାଇଥାଏ । ଗ୍ରାଉଣ୍ଡ କଣ୍ଟ୍ରୋଲ ଷ୍ଟେସନରୁ ଲାପଟପ ଜରିଆରେ ଏହି ବାୟୁ ଯାନର ଗତିବିଧି ଓ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରାଯାଇଥାଏ ।ପରୀକ୍ଷା ବେଳେ ୫ କିଲୋମିଟର ଉଚ୍ଚତାରେ ଏହାକୁ ବ୍ୟବହାର କରାଯାଏ ଏବଂ ଏହି ଯାନ ସଫଳତାର ସହ ସମସ୍ତ ଲକ୍ଷ୍ୟ ହାସଲ କରିପାରୁଥିବା ଜଣାପଡୁଛି ।
Spread the love