118

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲାଞ୍ଜିପଲ୍ଲୀ-ଇଂଜିନିୟରିଂ ସ୍କୁଲ ଛକ ଓଭରବ୍ରିଜ ଉଦଘାଟିତ

ବ୍ରହ୍ମପୁର,୧୩/୯(ମନୋଜ ପାତ୍ର):ବ୍ରହ୍ମପୁର ସ୍ଥିତ ଲାଞ୍ଜିପଲ୍ଲୀ-ଇଂଜିନିୟରିଂ ସ୍କୁଲ ଛକ ରେଲୱେ ଓଭରବ୍ରିଜ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରସିଂରେ ଉଦଘାଟନ କରିଛନ୍ତି ।ପ୍ରାୟ ୬୮୫ ମିଟର ଲମ୍ବ ବିଶିଷ୍ଟ ରେଲୱେ ଓଭରବ୍ରିଜ ସ୍ଥାନୀୟ ଜନସାଧାରଣଙ୍କ ଉଦେଶ୍ୟରେ ଉଦଘାଟନ ହୋଇଛି ।ପ୍ରକଳ୍ପ ନିମନ୍ତେ ୨୭କୋଟି ୪୨ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ଥିଲା ।ଗତ ୨୦୧୫ ମସିହାରେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।ବ୍ରହ୍ମପୁର ସହର ବିକାଶ କ୍ଷେତ୍ରରେ ନୂତନ ମାଇଲ ଖୁଣ୍ଟ ସୃଷ୍ଟି କରିଛି ବୋଲି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।ସେହିଭଳି ଗଞ୍ଜାମ ଜିଲ୍ଲାର କରୋନା ସଂକ୍ରମଣ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣ ରହିଛି ।ଏଣୁ ସମସ୍ତେ ସଚେତନ ହୋଇ କରୋନା ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଭିନ୍ନ ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି ।ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟି କପା ବଜାର ପ୍ରାଙ୍ଗଣ ମଧ୍ୟରେ କପା ପ୍ରକ୍ରିୟା କରଣ କଳର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରାଯାଇଛି ।ପ୍ରକଳ୍ପ ଦ୍ୱାରା ବହୁ ସଂଖ୍ୟାରେ କପାଚାଷୀ ଉପକୃତ ହେବେ ।ଏଥି ନିମନ୍ତେ ପିପିପି ମୋଡରେ ରାଜ୍ୟ ସରକାର ୨.୧୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା କରିଛନ୍ତି ।ପ୍ରକଳ୍ପ ନିମନ୍ତେ ଦିଗପହଣ୍ଡି,ସାନଖେମୁଣ୍ଡି,ଧରାକୋଟ,ଶେରଗଡ଼,ପାତ୍ରପୁର,ଜଗନ୍ନାଥପ୍ରସାଦ ଏବଂ ଭଞ୍ଜନଗର ବ୍ଲକ ଚାଷୀ ଉପକୃତ ହେବେ ବୋଲି ସରକାର ଆଶା ରଖିଛନ୍ତି ।ବ୍ରହ୍ମପୁର ସହରର ଟ୍ରାଫିକ ସମସ୍ୟା ପ୍ରକଳ୍ପ ଦ୍ୱାରା ସମାଧାନ ହେବ ଏବଂ ବିକାଶ କ୍ଷେତ୍ରରେ ପରିଚୟ ଆଣିବ ବୋଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି ।ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ,ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ତଥା ଓଡିଶା ଶ୍ରମିକ ବୋର୍ଡ଼ ଅଧ୍ୟକ୍ଷ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ,ରାଜ୍ୟ ସମ୍ପାଦକ ସୁବାଷ ଚନ୍ଦ୍ର ମହାରଣା, ରାଜ୍ୟ ଯୁଗ୍ମ ସମ୍ପାଦକ କୈଳାଶ ରଣା,ବିଜେଡି ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ, ବିଜୟ କୁମାର ସାମଲ, ମୁକୁନ୍ଦ ଗୌଡ଼, ଭୀଷ୍ମଚାରୀୟ ଚୌଧୁରୀ,ସୋନାଲି ଗନ୍ତାୟତ,ଏମ୍ .ସୁଜାତା, ମମତା ବିଷୋୟୀ, ଜଗନ୍ନାଥ ସାବତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love