ଗଜପତି,୧୨/୯(ମନୋଜ ପାତ୍ର);ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଦିନ ଆର ଉଦୟଗିରି ଏସଡିପିଓଙ୍କ ପ୍ରତ୍ଯେକ୍ଷ ତତ୍ବାବଧାନରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ଥାନା ଷ୍ଟାପ ମିଶି ମୋହନା ଥାନା ଅନ୍ତର୍ଗତ ରାଇସିଙ୍ଗ ଛକରେ ବ୍ଲକିଙ୍ଗ କରୁଥିବା ସମୟରେ ଅଡବା ପଟୁ ଏକ ଟ୍ରକ ଯାହାର (ଏଏସ ୦୯ ଏସି ୭୫୯୪)କୁ ଅଟକାଇ ଖାନତଲାସି ନେବାରେ ଉକ୍ତ ଗାଡିରେ ଏକ ଗୁପ୍ତ ଚେମ୍ବର ମିଳିଲା ଓ ଉକ୍ତ ଗୁପ୍ତ ଚେମ୍ବରରୁ ୨୦ ଗୋଟି ପ୍ଲାଷ୍ଟିକ ଜରି ବସ୍ତା ଗଞ୍ଜେଇ ଥିବା ଜଣାପଡିଥିଲା ।ମୋହନା ତହସିଲଦାର ତଥା ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟରଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇ ବସ୍ତାକୁ ଓଜନ କରାଯାଇଥିଲା ।ସମୁଦାୟ ଗଞ୍ଜେଇର ପରିମାଣ ୬୦୨ କେଜି ୭୦୦ ଗ୍ରାମ ହେଲା ଯାହାର ବଜାଇ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ।ଗିରଫ ହୋଇଥିବା ବ୍ଯକ୍ତି ହେଲେ ଗୋପାଳ ଚନ୍ଦ୍ର ରାୟ,ଘର ଆସାମ ଏହି ବ୍ଯକ୍ତି ଜଣକ ରାଇପଙ୍କା ଏରିଆ ର ଦୁର୍ଗମ ଅଞ୍ଚଳରୁ ଗଞ୍ଜେଇ କିଣି ତା ନିଜ ଟ୍ରକ ରେ ଭର୍ତ୍ତି କରି କୋଲକାତା କୁ ଚାଲଣ କରୁଥିଲେ । ଉପରୋକ୍ତ ବ୍ଯକ୍ତିକୁ ମୋହନା ପୁଲିସ ଗିରଫ କରିବା ସହ ଗାଡିକୁ ଜବତ କରିଛି ।ଏ ବାବଦରେ ମୋହନା ଥାନା କେଶ ନମ୍ବର ୧୪୧/୨୦ ମାମଲା ରୁଜୁ କରାଯାଇଛି ଓ ଏସଆଇ ସୁନୀଲ କୁମାର ଦଳେଇଙ୍କୁ ତଦନ୍ତ ଭାର ଦିଆଯାଇଥିବା ବେଳେ ଆସନ୍ତା କାଲି ଗିରଫ ବ୍ଯକ୍ତିଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ସୂତ୍ରରୁ ପ୍ରକାଶ ।
133