100

LACରେ ଉତ୍ତେଜନା,ଭାରତ-ଚୀନ ୫ସୂତ୍ରୀ ସହମତି

ନୂଆଦିଲ୍ଲୀ ୧୧।୦୯: LACରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଗୁରୁବାର ଦୁଇଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି। ରୁଷ୍ ର ମସ୍କୋରେ ଚାଲିଥିବା ସାଙ୍ଘାଇ ସହଯୋଗ ସଂଗଠନ ବୈଠକ ଅବସରରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କର ଚୀନ ପ୍ରତିପକ୍ଷ ୱାଙ୍ଗ ୱିଙ୍କ ମଧ୍ୟରେ କଥାବାର୍ତ୍ତା କରିଛନ୍ତି ।

ପ୍ରାୟ ଅଢେଇଘଣ୍ଟା ଧରି ଚାଲିଥିବା କଥାବାର୍ତ୍ତା ସମୟରେ ଉଭୟ ସୀମା ବିବାଦର ଆପୋଷ ସମାଧାନ ପାଇଁ ୫ ସୂତ୍ରୀ ସହମତି ପ୍ରକାଶ କରିଛନ୍ତି । LACର ପାଙ୍ଗଙ୍ଗ ହ୍ରଦ ନିକଟରେ ଚୀନ ସେନାର ବାରମ୍ବାର ଅନୁପ୍ରବେଶ ଉଦ୍ୟମକୁ ନେଇ ଦୁଇଦେଶର ସେନାଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ପାନଗଙ୍ଗର ଦକ୍ଷିଣ ଉପକୂଳକୁ ଦଖଲ ଲାଗି ଚୀନର ଉଦ୍ୟମକୁ ଭାରତ ପଣ୍ଡ କରିଛି ।  ଏହା ପୂର୍ବରୁ ସେପ୍ଟେମ୍ବର ୫ରେ ଦୁଇଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା । ଭାରତ-ଚୀନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ପୂର୍ବରୁ ଉଭୟ ରୁଷ୍ ବୈଦେଶିକ ମନ୍ତ୍ରୀଙ୍କ ସହିତ ତ୍ରିପାକ୍ଷିକ ବୈଠକରେ ସାମିଲ ହୋଇଥିଲେ ।

ଏହା ୫ଟି ପଏଣ୍ଟ ଉପରେ ୨ ଦେଶ ମଧ୍ୟରେ ସହମତି-:

୧- ସୀମାନ୍ତ ଅଞ୍ଚଳରେ ଚାଲିଥିବା ବର୍ତ୍ତମାନର ସ୍ଥିତି କୌଣସି ଦେଶ ପକ୍ଷେ ହିତକର ନୁହେଁ । ଦୁଇ ଦେଶର ଯବାନଙ୍କ ମଧ୍ୟ କଥାବାର୍ତ୍ତା ଜାରି ରହିବ (ବିବାଦୀୟ ସ୍ଥାନରୁ ସୈନିକ ହଟାଇବା ପାଇଁ କାମ କରିବା ଉଚିତ୍‌ )। ଦୁଇ ଦେଶ ନିଜ ନିଜ ମଧ୍ୟରେ ଦୂରତା ରକ୍ଷା କରିବା ଦ୍ୱାରା ବିବାଦ କମ୍‌ ହେବ ।

୨- ସମ୍ପର୍କକୁ ଆଗକୁ ବଢାଇବା ପାଇଁ ଦୁଇ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ରାୟକୁ ନେଇ ଚାଲିବାକୁ ପଡିବ । ମତଭେଦକୁ ନେଇ ବିବାଦ ହେବା ଉଚିତ୍‌ ନୁହେଁ ।

୩- ୨ ଦେଶ ସୀମା ସହିତ ଜଡିତ ମାମଲାକୁ ଆପୋଷ ସମାଧାନ ଓ ପ୍ରୋଟକୋଲରକୁ ମାନିବା ଉଚିତ୍‌ ।ସୀମାରେ ଶାନ୍ତି କାୟମ କରି କାର୍ଯ୍ୟାନୁଷ୍ଠାନ ଠାରୁ ଦୂରେଇ ରହିବା ଉଚିତ୍‌ । ଯାହାରା ପରିସ୍ଥିତି ଠିକ୍‌ ରହିବ ।

୪- ସୀମାରେ ଲାଗିରହିଥିବା ବିବାଦକୁ ନେଇ ଉଭୟ ଦେଶ କାମ କରିବା ଉଚିତ । ଯାହାଦ୍ୱାରା ଲାଗିରହିଥିବା ବିବାଦର ସମାଧାନ ଖୁବ୍‌ଶୀଘ୍ର ହୋଇପାରିବ । ଆପୋଷ ଭରସା ମଧ୍ୟରେ ଆଗକୁ ବଢିବା ଉଚିତ୍‌ ।

୫- ସ୍ପେଶାଲ ରିପ୍ରେନଜିଟିଭ୍‌ (SR) ଜରିଆରେ କଥାବାର୍ତ୍ତା ଜାରି ରଖିବା ଉଚିତ୍‌ । ସେହିପରି WMCC ବୈଠକ ହେବା ଉଚିତ୍‌

Spread the love