78

ନିମଖଣ୍ଡିପେଣ୍ଠ ପଞ୍ଚାୟତରେ ଜାତୀୟ ପୃଷ୍ଟିକର ସପ୍ତାହ ପାଳନ

ଗଞ୍ଜାମ,୧୦/୯(ମନୋଜ ପାତ୍ର):ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ନିମଖଣ୍ଡିପେଣ୍ଠ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜାତୀୟ ପୃଷ୍ଟିକର ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସପ୍ତାହ ପାଳନ ଅବସରରେ ନିମଖଣ୍ଡିପେଣ୍ଠ ସରପଞ୍ଚ ବିଭୂତି ଭୂଷଣ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ଅଙ୍ଗନୱାଡ଼ି ସୁପରଭାଇଜର ଇନ୍ଦିରା ପାତ୍ର ଅଧ୍ୟକ୍ଷତା କରିଥିଲେ । ଏହି ପରିପ୍ରେକ୍ଷୀରେ ଜଣେ ମନୁଷ୍ୟ ସୁସ୍ଥ ରହିବା ପାଇଁ ଯେଉଁଭଳି ଭାବରେ ପୃଷ୍ଟିକର ଖାଦ୍ୟର ଆବଶ୍ୟକତା ରହିଅଛି ସେହିଭଳି ଗର୍ଭବତୀ ମହିଳା , ପ୍ରସୂତି ମା ଓ ଶିଶୁ ଜନ୍ମ ହେବାର ୭ ମାସ ପରଠାରୁ ୫ ବର୍ଷ ପର୍ଯ୍ୟନ୍ତ କଣ ଖାଇବା , କେଉଁଭଳି ପୃଷ୍ଟିକର ଖାଦ୍ୟ ଖାଇଲେ ଉଭୟ ମା ଓ ଶିଶୁ ଯତ୍ନବାନ ହୋଇ ରହିପାରିବେ ଏବଂ ଅପପୃଷ୍ଟିରୁ ରକ୍ଷା କରିବା ପାଇଁ ଖାଦ୍ୟ ସାରଣୀ କିଭଳି ରହିବା ଉଚିତ ତାହା ଉପରେ ସବିଶେଷ ଆଲୋଚନା କରିବା ସହ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ପ୍ରତିନିଧି ରାଧାକାନ୍ତ ମହାଙ୍କୁଡ ସମେତ ସମସ୍ତ ଅଙ୍ଗନବାଡି କର୍ମୀ ଓ ୱର୍ଡସଭ୍ଯ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।

Spread the love