76

ଆଜି ଆସୁଛନ୍ତି ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାରେ ରାଫେଲ୍ ଯୁଦ୍ଧବିମାନର ଆନୁଷ୍ଠାନିକ ପ୍ରବେଶ ଉତ୍ସବରେ ଯୋଗଦେବା ନିମନ୍ତେ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ଭାରତ ଗସ୍ତରେ ଆସୁଛନ୍ତି। ଆଜି ୫ଟିଯାକ ରାଫେଲ ଯୁଦ୍ଧ ବିମାନକୁ ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯିବ। ରାଫେଲ ଯୁଦ୍ଧ ବିମାନ ସାମିଲ ଅବସରରେ ହରିଆଣାର ଆମ୍ବାଲା ଏୟାରବେସ୍‌ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସକାଳ ୧୦ ଟାରେ ଆୟାଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ  ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଫ୍ରାନ୍ସ ପ୍ରତିରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ଯୋଗ ଦେବେ । ସେ ଗୁରୁବାର ଏଠାରେ ପହଞ୍ଚିବେ। ଏହି ଅବସରରେ ସେ ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ବିପାକ୍ଷିକ ସହଯୋଗ ଓ ମିଳିତ ସମରାଭ୍ୟାସ ଇତ୍ୟାଦି ସମ୍ପର୍କରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ସେ ତାଙ୍କର ଭାରତୀୟ ପ୍ରତିପକ୍ଷ ରାଜନାଥ ସିଂହ ଏବଂ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍‌ଙ୍କୁ ମଧ୍ୟ ସାକ୍ଷାତ୍ କରିବେ।   ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କ ଯୋଗଦାନ ଯୋଗୁଁ ଅମ୍ବାଲା ବାୟୁସେନା ଷ୍ଟେସନ ତଥା ଏହାର ଆଖପାଖ ଅଞ୍ଚଳର ସୁରକ୍ଷା ବୃଦ୍ଧି କରାଯାଇଛି।

Spread the love