64

ଜେଇଇ ଓ ଏନଇଇଟି ପରୀକ୍ଷାର୍ଥୀଙ୍କୁ ସହାୟତା ଯୋଗାଉଛି ଓଡ଼ିଶା ମୋ ପରିବାର

ବ୍ରହ୍ମପୁର,୪/୯(ମନୋଜ ପାତ୍ର):ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାଇ କରୋନା ସ୍ଥିତିରେ ଜେଇଇ ଓ ଏନଇଇଟି ପରୀକ୍ଷାର୍ଥୀଙ୍କ ସହାୟତା ପାଇଁ ବ୍ରହ୍ମପୁରର ଚାରୋଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଛି ।ଏଥିମଧ୍ୟରେ ଖଲ୍ଲିକୋଟ , ବିଗନାନ,ପରଳା ମହାରାଜା ଓ ରୋଲାଣ୍ଡ ଆଦି ମହାବିଦ୍ୟାଳୟ ନିକଟରେ ବ୍ରହ୍ମପୁର ମାନ୍ୟବର ବିଧାୟକ ଶ୍ରୀମାନ ବିକ୍ରମ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଓଡ଼ିଶା ମୋ ପରିବାର ପକ୍ଷରୁ ହେଲ୍ପ ଡେସ୍କ ଖୋଲାଯାଇଛି। ଏଠାରେ ବିସ୍କୁଟ , ପାଣି ବୋତଲ, ସାନିଟାଇଜର ସୁବିଧା ଉପଲବ୍ଧ ଥିବାବେଳେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଯାତାୟତର ବ୍ୟବସ୍ଥା କରାଯାଇଛି। ଏଥି ସହିତ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ।ଏହି ଅବସରରେ ପାରଳା ମହାରାଜା ଇଂଜିନିୟରିଂ କଲେଜକୁ ଆସୁଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ଓଡ଼ିଶା ମୋ ପରିବାର ସଦସ୍ୟା ସୋନାଲି ଗନ୍ତାୟତଙ୍କ ସମେତ ପ୍ରଦ୍ୟୁମ୍ନ ଗନ୍ତାୟତ,ପ୍ରକାଶ ପଟ୍ଟନାୟକ, ଦୀପକ ଦାସ, ସୋନୁ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରୁଥିବା ଦେଖିବାକୁ ମିଳିଛି ।
Spread the love