ବୁଦେଲେଖଣ୍ଡ ୦୫/୦୯: ବୁଦେଲଖଣ୍ହର ପ୍ରସିଦ୍ଧ ଲୋକଗୀତ ଗାୟକ ଦେଶରାଜ ପଟେରିଆଙ୍କ ହୃଦଘାତରେ ପରଲୋକ ଘଟିଛି। ଗତକାଲି (ଶୁକ୍ରବାର) ରାତି ପ୍ରାୟ ୩.୧୫ରେ ଛତପୁର ମିଶନ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ କେବଳ ଛତପୁର ଜିଲ୍ଳା କି ବୁଦେଲଖଣ୍ଡର ଲୋକପ୍ରିୟ କଳାକାର ନ ଥିଲେ ବରଂ ଦେଶ ବିଦେଶରେ ତାଙ୍କର ପ୍ରସିଦ୍ଧି ଥିଲା। ତାଙ୍କ ଅକାଳ ବିୟୋଗରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶୋକ ବ୍ୟକ୍ତ କରିଛନ୍ତି। ସେ ଦେଶରାଜଙ୍କ ପରଲୋକକୁ ବ୍ୟକ୍ତିଗତ କ୍ଷତି ବୋଲି କହିଛନ୍ତି।ନିଜ ସ୍ବରର ଯାଦୁରେ ସେ ବହୁ ଲୋକଙ୍କ ହୃଦୟକୁ ଛୁଇଁବାରେ ସଫଳ ହୋଇଛନ୍ତି। ସେ ତାଙ୍କ ଗାୟନରେ ଶୃଙ୍ଗାର, ଭକ୍ତି ଓ ବୀର ରସର ଅଦ୍ଭୂତ ସମ୍ମେଳନ କରିବାରେ ମାହିର ଥିଲେ। ମୁକେଶ କୁମାରଙ୍କୁ ଆଦର୍ଶ ବୋଲି ମାନୁଥିବା ଦେଶରାଜଙ୍କ ବିୟୋଗ ପୂରା ମଧ୍ୟପ୍ରଦେଶ ପାଇଁ ହୋଇଛି ଅପୂରଣୀୟ କ୍ଷତି। ଦେଶରାଜ ଛତରପୁର ଜିଲ୍ଳା ତିଟାନି ଗାଁରେ ରହୁଥିଲେ। ପିଲାଟି ବେଳୁ ତାଙ୍କର ସଙ୍ଗୀତରେ ରୁଚି ଥିଲା। ୧୮ ବର୍ଷ ବୟସରୁ କୀର୍ତ୍ତନ ମଣ୍ହଳି ସହ ଭାଗ ନେଇ ଗାଁ ଗାଁ ବୁଲି ଗୀତ ଗାଉଥିଲେ। ୧୯୭୬ରେ ସେ ଲୋକଗୀତ ଗାୟନ ଯାତ୍ରା ଆରମ୍ଭ କରିଥିଲେ। ଗୁରୁ ଅମରଦାନଙ୍କଠାରୁ ସେ ସଂଗୀତ ଶିକ୍ଷା ଗ୍ରହଣ କରିଥିଲେ।
76