88

୬ ରାଜ୍ୟର ଆବେଦନ ଖାରଜ

ନୂଆଦିଲ୍ଲୀ ୦୪।୦୯: ସୁପ୍ରିମକୋର୍ଟରେ ଶୁକ୍ରବାର ଦିନ JEE ଓ NEET ପରୀକ୍ଷା ବିଳମ୍ବ ନେଇ ଦାୟର ହୋଇଥିବା ମାମଲାରୁ ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟଙ୍କୁ ଅପିଲ କରାଯାଇଥିଲା କି ପରୀକ୍ଷା ତାରିଖ ନେଇ ପୁନଃବିଚାର କରିବାକୁ  । କିନ୍ତୁ ଆଜି ମାନ୍ୟବର ସୁପ୍ରିମକୋର୍ଟ ଏହା ମାମଲାକୁ ଖାରଜ କରିଦେଇଛନ୍ତି । ଠିକ୍‌ ସମୟରେ JEE ଓ NEET ପରୀକ୍ଷା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗତମାସରେ ଦେଶର ୬ଟି ରାଜ୍ୟରେ ସୁପ୍ରିମକୋର୍ଟରେ ଏହି ଅପିଲ୍‌ କରିଥିଲେ ।  ଯେଉଁଥିରେ ସେପ୍ଟେମ୍ବରରେ ହେବାକୁ ଥିବା JEE ଓ NEET ପରୀକ୍ଷା ତାରିଖକୁ ସୁପ୍ରିମକୋର୍ଟ ଆଉ ଥରେ ପୁନଃବିଚାର କରନ୍ତୁ , ଏବଂ ସମୀକ୍ଷା କରନ୍ତୁ । ଏହି ରାଜ୍ୟମାନଙ୍କ ମଧ୍ୟରେ ପଞ୍ଜାବ, ଝାରଖଣ୍ଡ, ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ ଓ ମହାରାଷ୍ଟ୍ର ରହିଛନ୍ତି ।JEE ମେନ୍ ଏବଂ NEET ପରୀକ୍ଷା ସଂପର୍କୀତ ମାମଲାର ଶୁଣାଣି ତିନିଜଣିଆ ଖଣ୍ଡପୀଠ ଶୁଣାଣି କରିଥିଲେ । ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ବି.ଆର ଗାଭାଇ ଏବଂ ଜଷ୍ଟିସ୍ କୃଷ୍ଣ ମୁରାରୀଙ୍କ ବେଞ୍ଚ ମାମଲାରୁ ଶୁଣାଣି JEE ମେନ୍ ଏବଂ NEET ପରୀକ୍ଷାର ପୁନର୍ବିଚାର ପାଇଁ ୬ଟି ରାଜ୍ୟର ଆବେଦନକୁ ଖାରଜ କରିଛନ୍ତି । ଆବେଦନରେ ପରୀକ୍ଷାର୍ଥୀଙ୍କ ଜୀବନ ସୁରକ୍ଷିତ କରିବାକୁ କୁହାଯାଇଥିଲା । ଛଅ ରାଜ୍ୟର କହିବା କଥା ଯେ, କରୋନା ମହାମାରୀକୁ ନଜରରେ ରଖି ଏହି ସମୟରେ ପରୀକ୍ଷା ଆୟୋଜନା କରିବା ସମ୍ଭବ ନୁହେଁ । ତେଣୁ ପରୀକ୍ଷା ତାରିଖ ନେଇ ଆଉ ଥରେ ସମୀକ୍ଷା କରାଯାଉ । ସେପ୍ବେମ୍ବର ୧ରୁ ୬ ସେପ୍ଟେମ୍ବର ପର୍ଯ୍ୟନ୍ତ JEE ମେନ୍‌ ୨୦୨୦ ଓ ୧୩ ସେପ୍ଟେମ୍ବରରୁ  NEET ୨୦୨୦ ପରୀକ୍ଷା ସ୍ଥଗିତ କରାଯାଉ। ତେବେ ଏହି ସବୁ ମାମଲାକୁ ଖାରଜ କରିଦେଇଛନ୍ତି କୋର୍ଟ ।

Spread the love