Skip to content
ବ୍ରହ୍ମପୁର,୦୧/୦୯(ମନୋଜ ପାତ୍ର):ଗତକାଲି ବିଜେଡିର ଗଞ୍ଜାମ ଜିଲ୍ଲା ସମ୍ପାଦକ ହରେକୃଷ୍ଣ ପ୍ରଧାନଙ୍କ ଦେହାନ୍ତ ହୋଇଯାଇଛି। ଆଜି ବ୍ରହ୍ମପୁର ଭାବାନଗର ସ୍ଥିତ ବିଜୁ ଜନତା ଦଳର କାର୍ଯ୍ୟାଳୟ ଠାରେ ଦଳିୟ କର୍ମୀଙ୍କୁ ନେଇ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ବିଜୁ ଜନତା ଦଳର ଗଞ୍ଜାମ ଜିଲ୍ଲା ସଭାପତି ଡ଼ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଅଧ୍ୟକ୍ଷତାରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ,ରାଜ୍ୟ ସମ୍ପାଦକ ସୁବାଷ ଚନ୍ଦ୍ର ମହାରଣା, ରାଜ୍ୟ ଯୁଗ୍ମ ସମ୍ପାଦକ କୈଳାଶ ରଣା,ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ, ବିଜୟ କୁମାର ସାମଲ, ମୁକୁନ୍ଦ ଗୌଡ଼, ଭୀଷ୍ମଚାରୀୟ ଚୌଧୁରୀ, ସୁରେନ୍ଦ୍ର ମହାରଣାଙ୍କ ସମେତ ବିଜୁ ଜନତା ଦଳର ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଶୋକ ପ୍ରକାଶ କରିଥିଲେ ।