ନୂଆଦିଲ୍ଲୀ,୧ /୯ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଅନ୍ତିମ ସଂସ୍କାର ଆଜି ଅପରାହ୍ନ ୨ଟାରେ ଦିଲ୍ଲୀର ଲୋଧି ରୋଡରେ କରାଯିବ । ପ୍ରାୟ ୧୨ଟା ସମୟରେ ତାଙ୍କର ପାର୍ଥିବ ଶରୀରର ଶେଷ ଦର୍ଶନ କରାଯିବ । ଆର୍ମିର ହସ୍ପିଟାଲରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀରକୁ ରାଜାଜୀ ମାର୍ଗ ସ୍ଥିତ ସରକାରୀ ଆବାସକୁ ଅଣାଯାଇଛି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତିନି ସେନାର ମୁଖ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଯେଉଁଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ରାଜାଜୀ ମାର୍ଗରେ ଅନ୍ତିମ ଦର୍ଶନ କରୁଛନ୍ତି ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ମୋଦୀଙ୍କ କ୍ୟାବିନେଟ ବୈଠକରେ ଭିଡ଼ିଓ କନଫରେନ୍ସ ଜରିଆରେ ଏହି ବୈଠକରେ ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ନିଧନରେ ଏକ ପ୍ରସ୍ତାବ ମଧ୍ୟ ଗୃହୀତ କରାଯିବ । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବାଚସ୍ପତି, ପ୍ରତିରକ୍ଷା ମନ୍ତ୍ରୀ, କ୍ୟାବିନେଟ ସଚିବ କରିବେ ଶେଷ ଦର୍ଶନ, CDS, ପ୍ରତିରକ୍ଷା ଓ ଗୃହ ସଚିବ ମଧ୍ୟ ଶେଷ ଦର୍ଶନ କରୁଛନ୍ତି । ଦିନ ୧୧ଟାରୁ ୧୨ଟା ଯାଏ ସାଧାରଣ ଲୋକଙ୍କ ପାଇଁ ଶେଷଦର୍ଶନ ବ୍ୟବସ୍ଥା ରହିଛି । କୋଭିଡ ନିୟମ ଅନୁସାରେ ଶେଷକୃତ୍ୟ ଓ ଅନ୍ତିମ ସଂସ୍କାର ସମ୍ପର୍ଣ୍ଣ ହେବ ।
123