Skip to content
ରାଜକନିକା,୨୯/୮(ଓଡିଆନ ମିଡ଼ିଆ):ବରିଷ୍ଠ ବିଜେପି ନେତା ତଥା ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକଙ୍କ ସହିତ ଆଳି ବିଜେପିର ଏକ ପ୍ରତିନିଧି ଦଳ ରାଜକନିକା ବ୍ଲକ୍ର ବନ୍ୟାଂଚଳ ପରିଦର୍ଶନ କରିଛନ୍ତି । ପୂର୍ବତନ ବିଧାୟକ ଶ୍ରୀନାୟକ ଗହମପାଳ ଏବଂ ପଧାନପଡ଼ା ପଂଚାୟତରରେ ବନ୍ୟାବିପନ୍ନଙ୍କୁ ଭେଟି ଛନ୍ତି । ଏହା ସହିତ ତୁରନ୍ତ ରିଲିଫ୍ ପ୍ରଦାନ କରିବା ନେଇ ଜିଲାପାଳଙ୍କୁ ଅବଗତ କରାଇଛନ୍ତି । ଏହି ପ୍ରତିନିଧି ଦଳରେ ବରିଷ୍ଠ ବିଜେପି ନେତା ବ୍ରଜ ସୁନ୍ଦର ଭୂୟାଁ, ଅଭୟ କୁମାର ଶତପଥୀ, ବାମଦେବ ଦାସ, ସୌମ୍ୟ ରଞ୍ଜନ ପଲାଇ, ସୁରେଶ ମହାପାତ୍ର, ମଳୟ ମହାପାତ୍ର, ବିଷ୍ଣୁ ଚରଣ ବାରିକ୍, ବେଣୁଧର ପରିଡ଼ା ଏବଂ ଉମେଶ ନାୟକ ପ୍ରମୁ୍ଖ ଉପସ୍ଥିତ ରହିଥିଲେ । ଏହି ପ୍ରତିନିଧି ଦଳ ସିହୋପଡ଼ା ପଂଚାୟତର ଭାମଣ୍ଡା ଗ୍ରାମରେ ପହଂଚି ଲୋକମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଲଗାଣ ବର୍ଷା ପରେ ବନ୍ୟା ଆସିବା କାରଣରୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଥିବା ନେଇ ଚାଷୀମାନେ ଅଭିଯୋଗ କରିଥିଲେ । ଜମିରୁ ଜଳ ନିଷ୍କାସନ ନହେବା କାରଣରୁ ଲୋକମାନଙ୍କ ସମସ୍ୟା ବଢ଼ିଚାଲିଥିବାର ଲୋକମାନେ ବିଧାୟକଶ୍ରୀନାୟକଙ୍କ ନିକଟରେ ଦାବି କରିଥିଲେ । ବଟରପଡ଼ା ଠାରେ ଏକ ସ୍ଲୁଇସ୍ ନିର୍ମାଣ କରିବା ନେଇ ଲୋକମାନେ ପୂର୍ବତନ ବିଧାୟକଙ୍କ ନିକଟରେ ଦାବି କରିଥିଲେ । ପୂର୍ବତନ ବିଧାୟକ ଶ୍ରୀନାୟକ ତୁରନ୍ତ ଏକ ସ୍ଲୁଇସ୍ ନିର୍ମାଣ କରିବା ନେଇ ଉଚ୍ଚ ଅଧିକାରୀଙ୍କ ସହିତ ଆଲୋଚନା କରିବା ନେଇ ଗ୍ରାମବାସୀଙ୍କ ନିକଟରେ ପ୍ରତିଶୃତି ଦେଇଛନ୍ତି ।