ଗଞ୍ଜାମ,୨୬/୮(ମନୋଜ ପାତ୍ର) :ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ମନ୍ଦାର ପଞ୍ଚାୟତର ମାଳତୀବାଡି ଗ୍ରାମରେ ଘରକୁ ଘର ପାନୀୟ ଜଳଯୋଗାଣ ନିମନ୍ତେ ଜଳ ଯୋଗାଣ ବିଭାଗ ପକ୍ଷରୁ ୬୭ଲକ୍ଷ ୭୩ହଜାର ଟଙ୍କା ବ୍ୟୟରେ ଏକ ଓଭରାଲ ଟ୍ୟାଙ୍କର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଦେଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସହକାରୀ ଯନ୍ତ୍ରୀ ତୁଷାର କାନ୍ତ ସାହୁ,ଜିଲ୍ଲା ପରିଷଦ ପ୍ରତିନିଧି ସୁଜିତ କୁମାର ବିଷୋୟୀ, ସ୍ଥାନୀୟ ସରପଞ୍ଚ କାଳିଚରଣ ନାୟକ, ସମିତି ସଭ୍ୟ କାର୍ତ୍ତିକ ଜେନା, ଠିକାଦାର ସୁଧାଂଶୁ ଶେଖର ପାଢ଼ୀ, ପ୍ରତାପ ସାହୁଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ l
102