305

ଅସହାୟ ରୋଗୀଙ୍କ ବନ୍ଧୁ ସାଜିଛନ୍ତି ସସ୍ମିତା

ଗଞ୍ଜାମ,୨୭/୮(ମନୋଜ ପାତ୍ର) : ଅସହାୟ ରୋଗୀଙ୍କ ବନ୍ଧୁ ସାଜିଛନ୍ତି ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ଉପସଭାନେତ୍ରୀ ତଥା ସମାଜସେବୀ ସସ୍ମିତା ସାହୁ । ବର୍ତ୍ତମାନ କରୋନା ସଂକ୍ରମଣ ପ୍ରଭାବ ହେତୁ ଲକଡାଉନ ଓ ସଡଡାଉନ ଜାରି ରହିଛି ।ଫଳରେ ସାଧାରଣ ରୋଗୀ ଚିକିତ୍ସାସେବା ପାଇବା ପାଇଁ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି ।ଏହିଭଳି ସ୍ଥିତିରେ ଅସହାୟ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ସସ୍ମିତା ଉଦ୍ୟମ ଜାରି ରଖିଛନ୍ତି ।ଯେକୌଣସି ରୋଗୀ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ଯୋଗାଯୋଗ କରିବା କ୍ଷଣି ନିଜ ପରିଚିତ ଡାକ୍ତରଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନ କରିଥାନ୍ତି ।ସେହିଭଳି ଗ୍ରାମାଞ୍ଚଳ ରୋଗୀଙ୍କୁ ଡାକ୍ତରଙ୍କ ସହିତ ଯୋଗସୂତ୍ର ସ୍ଥାପନ କରି ଭିଡିଓ କଲିଂ ମାଧ୍ୟମରେ ମଧ୍ୟ ଆଲୋଚନା କରାଇ ଥାନ୍ତି ।ପୂର୍ବରୁ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛି ।ବର୍ତ୍ତମାନ କରୋନା ସମୟରେ ଯେପରି କୌଣସି ବ୍ୟକ୍ତି ସ୍ୱାସ୍ଥ୍ୟସେବାରୁ ବିଚ୍ୟୁତ ହେବେ ନାହିଁ ସେଥିପ୍ରତି ପ୍ରାଥମିକତା ଦେଉଥିବା ସସ୍ମିତା କହିଛନ୍ତି ।

Spread the love