Skip to content
ବ୍ରହ୍ମପୁର,୨୬/୮(ଓଡିଆନ ମିଡିଆ):ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ବୃକ୍ଷ ହିଁ ଜୀବନ ଏକମାତ୍ର ବିକଳ୍ପ ହୋଇଥିବା ବେଳେ ଏହାକୁ ନଜରରେ ରଖି ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି l ବୁଧବାର ବ୍ରହ୍ମପୁର ଦଳୁଆ ସାହି ସ୍ଥିତ ମୁକ୍ତେଶ୍ଵର ମନ୍ଦିର ନିକଟରେ ବିଜେପି ଗେଟବଜାର ମଣ୍ଡଳ ସଭାପତି ଏସ. ଶ୍ରୀନିବାସ ଓ ଏସ.ରାଣୀଙ୍କ ସହଯୋଗରେ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା, ପୂର୍ବତନ ଜିଲ୍ଲା ସଭାପତି କାନୂଚରଣ ପତି ଯୋଗ ଦେଇ ଶୁଭାରମ୍ଭ କରିଥିଲେ l ଏହି ଅବସରରେ ପ୍ରଭାତ ଷଡଙ୍ଗୀ, ମଦନ ମୋହନ ପାତ୍ର, ଶରତ ମହାରଣା, ଏମ.ରବି, ଡ଼ଃ. ସୁବାଷ ସାହୁ,ଭି. ସତୀଶ, ବିନୋଦିନୀ ବସନ୍ତିଆ, ବେବି ରାଉଳ, ନମିତା ନାୟକ, ସୁଷମା ମଲ୍ଲ, କିରଣ କୁମାର ସାହୁ, ଏ. ଶ୍ରୀଧର, ସଞ୍ଜୟ ବେହେରା, କୁନି ଦାସ, ନୀତି ବେହେରା,କୋମଳ ପାତ୍ର, ସନ୍ତୋଷ ପାତ୍ର, ଶିବ ପ୍ରସାଦ ପାତ୍ର ଓ ମନୋଜ କୁମାର ମହାରଣା ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ l