ଭୁବନେଶ୍ବର, ୨୬/୮:ରାଜ୍ୟରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ରାଜ୍ୟରେ ସର୍ବାଧିକ ୧୩ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ୧୩ ମୃତକଙ୍କ ମଧ୍ୟରୁ ସମ୍ବଲପୁର, ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଁଏ, ଗଞ୍ଜାମ, କଟକ ଜିଲ୍ଲାରୁ ୨ ଜଣ ଲେଖାଏଁ, କେନ୍ଦୁଝର, ଖୋର୍ଦ୍ଧା, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
86