76

ଜୁଆଖେଳ ଓ ମଦ ବିକ୍ରିକୁ ପ୍ରଶୟ ନଦେବା ପାଇଁ ବେଲପଡା ଗ୍ରାମବାସୀଙ୍କ ନିଷ୍ପତ୍ତି

ଗଞ୍ଜାମ,୨୪/୮(ମନୋଜ ପାତ୍ର): ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ. ଛଚିନା ପଞ୍ଚାୟତର ବେଲପଡା ଗ୍ରାମରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ଗ୍ରାମରେ ମଦବିକ୍ରି ହେବା ସହ ଜୁଆଖେଳ ଚାଲିବା ଯୋଗୁଁ ବିଭିନ୍ନ ସମୟରେ ବିଶୃଙ୍ଖଳା ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ।ଯାହା ଫଳରେ ଗ୍ରାମବାସୀ ବେଆଇନ ମଦବିକ୍ରି ଓ ଜୁଆଖେଳକୁ ପ୍ରଶ୍ରୟ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ଅନୁଷ୍ଠିତ ଗ୍ରାମସଭାରେ ।ଗ୍ରାମବାସୀଙ୍କ ଏହି ନିଷ୍ପତି ପରେ ଧେଣ୍ଡୁରା ବଜାଇ ଘୋଷଣା କରିବା ସହିତ ଗ୍ରାମରେ ଯେଉଁମାନେ ମଦ ବିକ୍ରି କରୁଛନ୍ତି ତୁରନ୍ତ ଏହି ମଦ ବିକ୍ରି ବନ୍ଦ କରିବା ପାଇଁ ସେମାନଙ୍କ ଘରକୁ ଯାଇ ଭବିଷ୍ୟତରେ ଆଉ ମଦ ବିକ୍ରି ନକରିବା ପାଇଁ ତାଗିଦ କରିଥିଲେ। ଯଦି କୌଣଷି ବ୍ୟକ୍ତି ଏହି ନିର୍ଦ୍ଦେଶକୁ ଅବମାନନା କରନ୍ତି ତେବେ ସେମାନଙ୍କୁ ଧରି ପୋଲିସ ଥାନାରେ ଜିମାଦେବେ ବୋଲି ନିଷ୍ପତ୍ତି ନିଆଯାଇଛି l ଅଗାମୀ ଦିନରେ ପୁଣି ଏକ ବୈଠକ ଡକାଯାଇ ନୂତନ କମିଟି ଗଠନ କରାଯିବା ସହ ଗ୍ରାମରେ ଯେପରି ବିଶୃଙ୍ଖଳିତ ନହେବ ସେଥିପାଇଁ ଦୃଷ୍ଟି ଦିଆଯିବ ଏବଂ ଗ୍ରାମର ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯିବାକୁ ସ୍ଥିର କରାଯାଇଛି।

Spread the love