112

ଚାରା ରୋପଣ କଲେ ବାଇଗଣବାଡିର ଯୁବଗୋଷ୍ଠୀ

ବ୍ରହ୍ମପୁର,୨୨/୮(ମନୋଜ ପାତ୍ର):କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବାଇଗଣବାଡି ଗ୍ରାମରେ ଗତ ଦୁଇ ବର୍ଷ ଧରି ବିଭିନ୍ନ ଚାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରହିଛି । ବ୍ରହ୍ମପୁର ଡିଭିଜନ ଦ୍ଵାରା ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଚାରା ବୃକ୍ଷ ରୋପଣ କରାଯାଇଛି । ପିଡବ୍ଲ୍ୟୁଡି ରୋଡ ବାଇଗଣବାଡି ଛକ ଠାରୁ ବଉଳାଝୋଳି ,ବାଇଗଣବାଡି ରାସ୍ତା ଠାରୁ କୁକୁଡାଖଣ୍ଡି ପଯ୍ୟନ୍ତ ଯାଇଥିବା ରାସ୍ତାର ଉଭୟ ପାର୍ଶ୍ୱରେ ବିଭିନ୍ନ ବୃକ୍ଷ ରୋପଣ କରାଯାଇଛି ।ସେହିପରି ବାଇଗଣବାଡ଼ି ଗ୍ରାମର ବଡ଼ ବନ୍ଧ ହିଡ, ଏବଂ ଅନ୍ୟ ପୋଖରୀ ହିଡରେ ମଧ୍ୟ ବୃକ୍ଷ ରୋପଣ କାର୍ଯ୍ୟ ଜାରି ରହିଛି ।ଏହି ବୃକ୍ଷକୁ ବଞ୍ଚାଇବା ସହିତ ହୃଷ୍ଟପୁଷ୍ଟ ଅବସ୍ଥାରେ ଗଛ ବଡ଼ାଇବା କାର୍ଯ୍ୟ ଚାଲୁରହିଛି ।ବର୍ତ୍ତମାନ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଯୋଗୁ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ,ଓଡ଼ିଶା ବିଧାନ ସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର,ଡିଏଫଓ ଆମ୍ବନ ନାୟକ ,ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର,ବନ ବିଭାଗର ସମସ୍ତ ଅଧିକାରୀଙ୍କୁ ,ଫରେଷ୍ଟର ଅଶ୍ୱିନୀ ନାୟକ ,ସରପଞ୍ଚ ଉମା ଶଙ୍କର ସାମଲ ପ୍ରମୁଖଙ୍କୁ ସମବାୟବୀତ ସୁଧୀର କୁମାର ରାଉତ କୃତଜ୍ଞତା ଜଣାଇଛନ୍ତି । ସେହିପରି ମୃତିକା ସଂରକ୍ଷଣ ବିଭାଗ ୨୬ଲକ୍ଷ ଟଙ୍କା ଖର୍ଚ କରି ମାଟି ଖନନ ସହିତ ୩୦୦ ନଡ଼ିଆ ଗଛ ରୋପଣ କରିଛନ୍ତି ।ଉତ୍କ କାର୍ଯ୍ୟକମ ସଫଳ ରୂପାୟନ କରିଥିବା ଯୋଗୁ ମୂର୍ତ୍ତିକା ସଂରକ୍ଷଣ ପ୍ରୋଜେକ୍ଟ ନିର୍ଦେଶକ ପ୍ରଶାନ୍ତ କୁମାର ହଜାରୀ ,କ୍ଷେତ୍ର ଅଧିକାରୀ ଦୁର୍ଯ୍ୟଧନ ପାତ୍ର,ଟୁନା ପଣ୍ଡା ସଂଯୋଜନ କରିଛନ୍ତି ।ବାଇଗଣବାଡି ଗ୍ରାମ ତରଫରୁ ବରିଷ୍ଠ ସମବାୟବିତ୍ତ ସୁଧୀର କୁମାର ରାଉତ ଏବଂ ଗ୍ରାମର ଯୁବଗୋଷ୍ଠୀ ସହଯୋଗ କରିଛନ୍ତି |ଏହି ଯୁବଗୋଷ୍ଠୀ ମଧ୍ୟରେ ରଜିତ ପାତ୍ର ,ପବି ବିଶୋୟୀ ,ମହେନ୍ଦ୍ର ସାହୁ ,ନିରଞ୍ଜନ ପାତ୍ର ,ସୁଦର୍ଶନ ଗୌଡ଼ ,ବିଚିତ୍ର ସାହୁ ,ମଣ୍ଟୁ ପାତ୍ର,ସତ୍ୟବାନ ପାତ୍ର,ଵାପିନୀ ପାତ୍ର,ରବୀନ୍ଦ୍ର କୋଠିଆ,ଦଣ୍ଡ ପାତ୍ର ,ବୁଲୁ ସାହୁ,ସନ୍ତୋଷ କୋଠିଆ,ଦେବରାଜ ଗୌଡ଼ ପ୍ରମୁଖ ବ୍ୟକ୍ତି ଶ୍ରମ ଦାନ କରିଛନ୍ତି ।ଆଗାମୀ ବର୍ଷରେ ବାଇଗଣବାଡ଼ି ଗ୍ରାମକୁ ସବୁଜ ବଳୟ କରିବା ପାଇଁ ସମସ୍ତ ଗ୍ରାମବାସୀ ବୃନ୍ଦଙ୍କୁ ନିବେଦନ କରିଛନ୍ତି ସମାଜସେବୀ ସୁଧିର ରାଉତ ।
Spread the love