104

ଲଦାଖ ଯିବା ପାଇଁ ବର୍ଷସାରା କରିହେବ ଯାତ୍ରା

ଲେହ ଓ ମନାଲୀକୁ ଯୋଡିବ ଏହି ରାସ୍ତା,୨୦୨୫ ସୁଦ୍ଧା ହୋଇପାରେ ଶେଷ
ନୂଆଦିଲ୍ଲୀ,୨୨ /୮: ଲଦାଖ ଯିବା ପାଇଁ ତୃତୀୟ ରାସ୍ତା ନିର୍ମାଣ କରିଛି ଭାରତ । ନିଜର ସୀମା ସହିତ ଭଲରେ ସଂଯୋଗ ରଖିବାକୁ ଭାରତ ର ଚାଲିଛି ଯୋଜନା ।   ନିମ୍ମୁ-ପଡୁମ୍-ଡରଚା ବା ଏନପିଡି ରୋଡର ନିର୍ମାଣ ୨୦୨୫ ସୁଦ୍ଧା ଶେଷ ହୋଇପାରେ । ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଏହି ରାସ୍ତାର ଯୋଜନା କରାଯାଇଥିଲା । ଏହି ନୂଆ ରାସ୍ତା ଲେହ ଓ ମନାଲୀକୁ ଯୋଡିବା ସହ ବର୍ଷସାରା ଏହି ରାସ୍ତାରେ ଯାତ୍ରା କରିହେବ । ବର୍ତ୍ତମାନ ଶୀତଋତୁରେ ତୁଷାରପାତ ହେତୁ ମନାଲିରୁ ଲଦାଖ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିଛି । ତେବେ ଏଦାଖକୁ ଯାଉଥିବା ଏନପିଡି ରାସ୍ତା ପ୍ରାୟ ୨୯୭ କିଲୋମିଟରର ହେବ । ଏହା ଫଳରେ ଶ୍ରୀନଗରରୁ ଲେହ ପର୍ଯ୍ୟନ୍ତ ଦୂରତା ହ୍ରାସ ପାଇବ । ୨୦୧୯ ଜୁଲାଇରେ ଏହି ପ୍ରକଳ୍ପ ପାଇଁ ୨୨୭୯.୧୩ କୋଟି ଟଙ୍କା ବୋଲି ଆକଳନ କରାଯାଇଥିଲା ।
Spread the love