ଝାରସୁଗୁଡା,୨୧/୮: ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁ ମଧ୍ୟରେ ବିମାନ ସେବା ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ବେଳେ ଆସନ୍ତା ଅକ୍ଟୋବର ୨୫ ତାରିଖ ଠାରୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବାକୁ ଯାଉଛି ସ୍ପାଇସ ଜେଟ। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦେଶକ କିଶୋର ସେନାପତି। ଝାରସୁଗୁଡାରେ ମିଳିବ ସିଧାସଳଖ ବିମାନ ସେବା। ଝାରସୁଗୁଡାରୁ ମୁମ୍ବାଇ ଓ ବାଙ୍ଗାଲୋରକୁ ସିଧାସଳଖ ଉଡାଣ କରିବ ବିମାନ। ପଶ୍ଚିମ ଓଡିଶା ମଧ୍ୟରେ ସିଧାସଳଖ ବିମାନ ଯୋଗାଯୋଗ ହେଲେ ଅଞ୍ଚଳବାସୀ ଅଧିକ ଲାଭବାନ ହେବେ ବୋଲି ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି। ସ୍ପାଇସଜେଟ ଓ ଆଲାଇନ୍ସ ଏୟାର ବିମାନ ସେବା ପ୍ରଦାନକାରୀ ସଂସ୍ଥା ଦିଲ୍ଲୀ, କୋଲକତା, ଭୁବନେଶ୍ୱର, ରାୟପୁର, ହାଇଦ୍ରାବାଦ ଯାତ୍ରୀଙ୍କୁ ବିମାନ ଯାତ୍ରା ଯୋଗାଇ ଆସୁଛନ୍ତି। କେବଳ ସ୍ପାଇଜେଟ ବିମାନ ସେବା ପ୍ରଦାନକାରୀ ସଂସ୍ଥା ମୁମ୍ବାଇ ଓ ବାଙ୍ଗାଲୋରକୁ ପ୍ରଥମ କରି ବିମାନ ସେବା ଆରମ୍ଭ କରିବ ।
142