145

ନିୟମଗିରୀର ଡଙ୍ଗରିଆଙ୍କ ଆନ୍ଦୋଳନ; ପ୍ରଶାନ୍ତ ଭୂଷଣ ଏବଂ ଦଦି କାଡ୍ରାକାଙ୍କ ମିଥ୍ୟା ଆରୋପ ପ୍ରତ୍ୟାହାର କର ।

କଲ୍ୟାଣସିଂହପୁର୨୧/୮ : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ଗ୍ରାମ ପଞ୍ଚାୟତର ଟେବାପଡା ଗ୍ରାମରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଜଣେ ଜନ ଆନ୍ଦୋଳନକାରୀ ଭାବେ ପରିଚିତ କିନ୍ତୁ ତାଙ୍କୁ ମିଥ୍ୟା ଆକ୍ଷେପ ଦେଇ ଫସାଇ ଦିଆଯାଇଅଛି। ସେହିପରି ନୀୟମଗିରୀ ସୁରକ୍ଷା ମଞ୍ଚର ସଦସ୍ୟ ଦଦି କାଡ୍ରାକାଙ୍କୁ ମଧ୍ୟ ମାଓବାଦୀ ଆକ୍ଷେପ ଦେଇ ଗିରଫ କରାଯାଇଥିବା ଯୋଗୁଁ ବିଚାର ବିମର୍ଷ କରି ଉଭୟଙ୍କୁ ଖଲାସ ଦାବୀ ନେଇ ଆଜି ନିୟମଗିରୀ ପାହାଡ଼ର ଟେବାପଡା ଗାଁରେ ବୈଠକ ଅନୁଷ୍ଠିତ ହୋଇଥିଲା। ନିୟମଗିରୀ ପାହାଡ଼ର ଡଙ୍ଗରିଆ ମିଳିତ ପ୍ରାୟ ୧୫୦ରୁ ଅଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ, ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ରାଜ୍ୟ ତଥା ଦେଶର ଆଦିବାସୀ ଡଙ୍ଗରିଆ ଜନଜାତିଙ୍କ ବିଭିନ୍ନ ସମସ୍ୟା ନିଜର କାର୍ଯ୍ୟ ଦାବୀକୁ ନେଇ ମାନ୍ୟବର ସୁପ୍ରିମକୋର୍ଟରେ ଉପସ୍ଥାପନ କରିବା ସହ ଆମ ଅଧିକାର ହକ ଦାବୀରେ ସାମିଲ ହୋଇ ସଂଘର୍ଷ କରୁଥିଲେ। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କୁ ମାଓବାଦୀ ଆକ୍ଷେପ କରି ମିଥ୍ୟା ମାମଲା ରୁଜୁ କରି ଜେଲରେ ଭର୍ତ୍ତି କରିଛନ୍ତି । ତେଣୁ ତୁରନ୍ତ ଏହାର ବିଚାର ବିମର୍ଷ କରି ତାଙ୍କୁ ଖଲାସ କରିବା ପାଇଁ ଡଙ୍ଗରିଆ ଦାବୀ କରିଛନ୍ତି। ସେହିପରି ନିୟମଗିରୀ ସୁରକ୍ଷା ସମିତିର ସଦସ୍ୟ ଦଦି କାଡ୍ରାକାଙ୍କୁ ମଧ୍ୟ ମାଓବାଦୀର ଆକ୍ଷେପ କରି ପୁଲିସ ଜେଲରେ ରଖିଛନ୍ତି ତେଣୁ ତାଙ୍କୁ ମଧ୍ୟ ଖଲାସ୍ କରିବା ପାଇଁ ଦାବୀ ହୋଇଛି । କୃଷ୍ଣ ସିକକା, ଡ୍ରିଞ୍ଜୁ କୃଷିକା, ନିୟମଗିରୀ ସୁରକ୍ଷା ସମିତିର ସଦସ୍ୟ ଉପେନ୍ଦ୍ର ଭାଇ, ଆଦିବାସୀ ଜନଜାତି ମଞ୍ଚର ସଦସ୍ୟ ଖଗେଶ୍ବର ଗଣ୍ଡ ପ୍ରମୁଖ ଅଭିଯୋଗ କରିଛନ୍ତି। ଶେଷରେ ଉପସ୍ଥିତ ଥିବା ଯୁବକ ଯୁବତୀମାନେ ହାତରେ ପ୍ଲା-କାର୍ଡ ଧରି ବିଭିନ୍ନ ନାରାବାଜି ଦେଇ ଗ୍ରାମ ପରିକ୍ରମା କରିଥିଲେ।
Spread the love