189

ହୃଦୟ ସୂଚାଇପାରେ ନିଜର ସୁସ୍ଥତା

ଆମ ଶରୀରରେ ହୃଦୟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଯାହାର ସୁସ୍ଥତା ଜାଣିବା ପାଇଁ ଆମକୁ ସାଧାରଣତଃ ଇସିଜି କରିବାକୁ ପଡ଼ିଥାଏ । ଏହା ପୂର୍ବରୁ  ଡାକ୍ତର ଆମର ହୃଦୟର ଗତି, ଗତିର ନିୟମିତତା  ଓ ରକ୍ତଚାପ ଇତ୍ୟାଦି ପରୀକ୍ଷା କରିଥାନ୍ତି । କିନ୍ତୁ ଗୋଟିଏ ଛୋଟିଆ କଥାକୁ ଧାନ ଦିଆଯାଇପାରେ , ଯାହା ଦ୍ଵାରା ହୃଦୟ ନିଜର ସୁସ୍ଥତାକୁ ନିଜେ ସୂଚାଇଥାଏ । ପ୍ରଶ୍ୱାସ ନେବା ସମୟରେ ହୃଦୟର ଗତି ସାମାନ୍ୟ ଦୃତ ରହିବା ଏବଂ ନିଃଶ୍ୱାସ ଛାଡିବା ସମୟରେ ହୃଦୟର ଗତି ସାମାନ୍ୟ ଧୂମା ରହିବା, ହୃଦୟର ସୁସ୍ଥତାକୁ ସୂଚାଇ ଥାଏ । ସାଧାରଣତଃ ଏହିଭଳି ହୃଦୟର ଗତି ଶିଶୁ ମାନଙ୍କ ଠାରେ ପରିଲକ୍ଷିତ ହୋଇଥାଏ । ଯଦିଓ ଏହାର ସିଧାସଳଖ ବ୍ୟତିକ୍ରମକୁ ଆମେ ହୃଦୟର ନିଶ୍ଚିତ ଅସୁସ୍ଥତା ବୋଲି ଧରିନେବା ସବୁବେଳେ ଠିକ୍ ନୁହେଁ । ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ  ନିଆଯାଇପାରେ  ଏବଂ ୪୦ ବର୍ଷ ବୟସରୁ ହୃଦୟର ନିୟମିତ ପରୀକ୍ଷା କରେଇ ନେଉଥିବା ବୁଦ୍ଧିମାନର କାର୍ଯ୍ୟ ଅଟେ ।
– Dr B K Prasanta Kumar

 

Spread the love