157

ହରିଡ଼ା ବହୁ ଉପକାରୀ

ହରିଡ଼ା ସହ ଆମେ ଖୁବ୍ ପରିଚିତ। ଏହାକୁ ସଂସ୍କୃତ ରେ ହରୀତକୀ କୁହାଯାଏ। ହରି ଙ୍କ ଭବନ ରେ ଏହାର ଜାତ ହୋଇଥିବାରୁ ଏହାକୁ ହାରୀତକୀ କୁହାଯାଏ। ଆୟର୍ବେଦ ରେ ତ୍ରିଫଳା ସମାହାର ରେ ହରିଡ଼ା ଅନ୍ୟତମ।ହରିଡ଼ା ସାତ ପ୍ରକାର । ଏହା ଶରୀର ର ସମସ୍ତ ରୋଗ କୁ ନଷ୍ଟ କରିଥାଏ। ଜୀର୍ଣ୍ଣ ଜ୍ଵର , ଅତିସାର, ରକ୍ତାତିସାର , ପ୍ରମେହ, ପାଣ୍ଡୁ ବା ରକ୍ତ ହୀନତା ରୋଗ କୁ ନାଶ କରିଥାଏ।ମଳବଦ୍ଧତା ରେ ଏହା ଅଧିକ ଲାଭକାରୀ ଅଟେ। କୁହାଯାଇଛି” କଦାଚିତ୍ କୁପ୍ୟନ୍ତି ମାତା ନାତ୍ତୋଦର ହରୀତକୀ” ଅର୍ଥାତ୍ ବେଳେ ବେଳେ ମା ଆମ ମାନଙ୍କ ଉପର ରାଗି ପାରେ କିନ୍ତୁ ଉଦାର ରେ ବା ପେଟ ରେ ହରୀତକୀ ଥିଲେ ତାହା ଆମକୁ ଆରୋଗ୍ୟ ପ୍ରଦାନ କରିଥାଏ। ପ୍ରତିଦିନ ମାତ୍ରା ଅନୁସାରେ ଏହାକୁ ଖାଇବା ଉଚିତ୍। କହିବା କଥା ହରୀତକୀ ମା, ଠାରୁ ଅଧିକ ସେବା କରି ଆମକୁ ଆରୋଗ୍ୟ ପ୍ରଦାନ କରିଥାଏ।

Spread the love