129

ଚିକିତ୍ସାରେ ଅର୍ଥ ବାଧକ, ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

ମହାକାଳପଡ଼ା, ୨୦/୮ (ଓଡିଆନ ମିଡ଼ିଆ): ଜୀବନ ଆଉ ଯନ୍ତ୍ରଣାର ଦୋଛକିରେ ଏବେ ବଞ୍ଚିବାର ରାହା ଖୋଜୁଛନ୍ତି ରଞ୍ଜନ। ରୋଗ ଆଉ ଭୋକରେ କଟୁଛି ସମୟ ଦିନ ଥିଲା ରାଜମିସ୍ତି ଭାବେ ତାଙ୍କର ନାଁଡାକ ଥୁଲା । ତାଙ୍କ ହାତ ତିଆରି କାହିଁରକେତେ ପ୍ରାସାଦ ବିଭିନ୍ନ ସ୍ଥାନରେ ସଦର୍ପ ମୁଣ୍ଡଟେକି ଛିଡ଼ା ହେଇଛି । ହେଲେ ନିଜେ ମୁଣ୍ଡ ଗୁଞ୍ଜିବାକୁ ଘରଖଣ୍ଡ କରିପାରି ନାହାନ୍ତି । ଫଳରେ ଭଙ୍ଗା କୁଡ଼ିଆରେ ଭାଗ୍ୟକୁ ଆଦରି ପରିବାର ସହ ପଡ଼ିରହିଛନ୍ତି ରଞ୍ଜନ । କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ କେୟାରବାଙ୍କ ଗ୍ରାମର ରଞ୍ଜନ ଦାସ(୬୧)ଙ୍କ ପରିବାର କହିଲେ ପତ୍ନୀ ସୁଜାତା, ପୁଅ ଅଂଶୁମାନ, ବଡଝିଅ ରମାକାନ୍ତୀ, ମଝିଆ ଝିଅ ବୈଜୟନ୍ତୀ ଓ ସାନ ଝିଅ ଶାଇବ୍ରିଯୀଶୁ । ବଡ ଝିଅକୁ ବୟସ ୨୭ ହୋଇଥିବା ବେଳେ ମଝିଆ ଝିଅ ୨୪ ଓ ସାନ ଝିଅକୁ ୫ ବର୍ଷ ରଞ୍ଜନ ଏବେ ତିନି ବର୍ଷ ହେବ ପକ୍ଷାଘାତ ରୋଗରେ ପୀଡ଼ିତ । ଦିନ ଥୁଲା ରଞ୍ଜନ ଜାମୁ କାଶ୍ମୀରରେ ନିଜେ କିଛି ଶ୍ରମିକଙ୍କୁ ରଖ୍ କେତେ କେତେ ଅଟ୍ଟାଳିକା ନିର୍ମାଣ କରିଛନ୍ତି । ଜାମୁ କାଶ୍ମୀରରେ ରହି ଯାହା ରୋଜଗାର କରୁଥିଲେ ସେଥିରେ ହସଖୁସିର ସଂସାର ଚଳିଯାଉଥିଲା । ମସ୍ତିଷ୍ଣଘାତ ଓ ପକ୍ଷାଘାତ ରୋଗରେ ପୀଡିତ ପରେ ସବୁ କିଛି ଓଲଟପାଲଟ ହୋଇଯାଇଛି । କଷ୍ଟଲକ୍ତ ସଞ୍ଚିତ ଅର୍ଥ ଡାକ୍ତରଖାନାରେ ସରଗଲା । ମସ୍ତିଷ୍କଘାତ ଠିକ୍ ହୋଇଯାଇ ଥିଲେ ହେଁ ପକ୍ଷାଘାତ ଯୋଗୁଁ ପଙ୍ଗୁ ହୋଇଗଲେ । କାମଧନ୍ଦାକୁ ନ ପାରିବାରୁ ଗାଁକୁ ଫେରି ଆସିଲେ ରଞ୍ଜନ । ତିନି ବର୍ଷ ହେବ ନିଜର ନୁଆଁଣିଆ ଚାଳ ଛପର ଘରେ ପଡ଼ି ରହିଛନ୍ତି ରଞ୍ଜନ। ଅର୍ଥ ଅଭାବରୁ ଘର ଛପର କରିପାରି ନାହାନ୍ତି । ଲଘୁଚାପଜନିତ ବର୍ଷରେ ପାଣି ଗଳି ଘରେ ଲହଡ଼ି ଭାଙ୍ଗୁଛି । ବର୍ଷାରେ ରୁଅ ବାଉଁଶ ସବୁ ଭାଙ୍ଗି ଗଳି ପଡ଼ିଲାଣି। ଘରର ଆର୍ଥିକ ଅନାଟନ ଦେଖ୍ ଦୁଇ ଝିଅ ବାହାର ରାଜ୍ୟକୁ ଯାଇ କାମ କରି କିଛି ଅର୍ଥ ପଠାଉ ଥିଲେ। କରୋନା କାୟା ବିସ୍ତାର କରିବା ପରେ ସେମାନଙ୍କ ସହ ଆଉ ଯୋଗାଯୋଗ ସମ୍ଭବ ହୋଇପାରୁ ନାହିଁ । ଫଳରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ମା’ ସୁଜାତା । ସରକାରୀ ସହାୟତା କହିଲେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଛନ୍ତି । ରଞ୍ଜନଙ୍କ ବାପାଙ୍କ ନାମରେ ଇନ୍ଦିରା ଆବସ ଗଡୁଥିବାରୁ ଆବାସ ଯୋଜନା ଏବେ ରଞ୍ଜନଙ୍କ ପାଇଁ ସାତ ସପନ ପାଲଟିଛି । ପୁଅର ପାଠପଢିବାର ଆଗ୍ରହ ଦେଖୁ ଗାଁର ଜଣେ ବଦାନ୍ୟ ବ୍ୟକ୍ତି ପୁଅ ଅଂଶୁମାନକୁ ଆଇଟିଆଇ ପଢାଉଛନ୍ତି । ପରିବାର ଏବେ ଭୋକ ଯନ୍ତ୍ରଣାରେ ଦିନ କାଟୁଥିବା ବେଳେ ରଞ୍ଜନଙ୍କ ଔଷଧ ଖର୍ଚ୍ଚ ବା କାହୁଁ ଆସିବ । ଭଙ୍ଗା ଚାଳ ଛପର ଘରେ ଖଟିଆରେ ପଡ଼ି ଭାଗ୍ୟକୁ ଆଦରି ଜଳଜଳ ହୋଇ ଚାହିଁବା ଛଡା ଆଉ ଯେ କ’ଣ କରିପାରିବେ ରଞ୍ଜନ । ରାଜ୍ୟ ସରକାରଙ୍କ ମା’ ଗର୍ଭରୁ ମଶାଣି ପର୍ଯ୍ୟନ୍ତ ଯୋଜନା ସତେ ଯେପରି ରଞ୍ଜନଙ୍କ ନିକଟରେ ବାଟ ହୁଡ଼ିଛି ବୋଲି ପ୍ରତୀୟମାନ ହେଉଛି ।
Spread the love