ଗଞ୍ଜାମ,୧୯/୮(ଓଡିଆନ ମିଡ଼ିଆ):ଚିକିଟି ନୂଆଁ ଗାଁ ଥାନା ଅଞ୍ଚଳରେ କାୟବିସ୍ତାର କରି ଚାଲିଥିବା ଠେସା କାଳିଆ ଗୋଷ୍ଠୀର ୩ ସହଯୋଗୀଙ୍କୁ ପୋଲିସ ଗିରଫ କରିଥିବା ନେଇ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ଠାରୁ ସୂଚନା ମିଳିଛି ।ଦୁର୍ଦ୍ଧାନ୍ତ ଅପରାଧୀ ଠେସା କାଳିଆ ଗୋଷ୍ଠୀର କିଛି ସହଯୋଗୀ ଉକ୍ତ ଅଞ୍ଚଳରେ ଘଟୁଥିବା ବିଭିନ୍ନ ସଂଘୀନ୍ନ ମାମଲାରେ ଜଡିତ ଥିବା ଜାଣିବାକୁ ମିଳିଛି । କିନ୍ତୁ ବୁଧବାର ଦିନ ଠେସା କଳିଆ ଗୋଷ୍ଠୀର ୩ ଜଣ ସହଯୋଗୀ ବଡକେଲଝୁରି ଗ୍ରାମର ଜିତେନ୍ଦ୍ର ପ୍ରଧାନ ଓରଫ ଜିତୁ,ଚିନ୍ମୟ ପ୍ରଧାନ ଓ ଅନ୍ୟ ଜଣେ ନାବାଳକଙ୍କୁ କେ. ନୂଆଁ ଗାଁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ସେମାନଙ୍କ ଠାରୁ ପୋଲିସ ଦୁଇଟି ଜୀବନ୍ତ ବୋମା, ଗୋଟିଏ ଖଣ୍ଡା,ନଗଦ ୨୮୦୦ ଟଙ୍କା ଓ ଏକ ଚୋରି ମୋବାଇଲ ସହ( ଓଡି ୦୭ ବି ୨୦୨୩) ନମ୍ବର ବିଶିଷ୍ଟ ଏକ ବାଇକ ଜବତ କରିଛି ।ନୂଆଁଗାଁ ଥାନାରେ କେସ ନଂ ୧୭୫/୨୦ ରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।ଏଥି ପୂର୍ବରୁ ଏହି ଗ୍ୟାଙ୍ଗର ୬ ଜଣ ଯୁବକଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ସାରିଛି ।ଏହି ଯୁବକ ମାନେ ଉକ୍ତ ଅଞ୍ଚଳରେ ବାଲି ମାଫିଆ ଭାବେ ପରିଚିତ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ବାଲି ମାଫିଆ ମାନେ ଦୀର୍ଘ ଦିନ ଧରି ଚୋରାରେ ବାଲି ଚାଲାଣ କରୁଥିବା ବେଳେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ସହୁଛି ।ଏହି ବାଲି ମାଫିଆଙ୍କ ବିରୋଧରେ ଦୀର୍ଘ ଦିନ ଧରି ଅଭିଯୋଗ ହୋଇଆସୁଥିବା ବେଳେ ବର୍ତ୍ତମାନ ପୋଲିସ ଏମାନଙ୍କୁ ସାବାଡ଼ କରିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
107