125

କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କର ପୁନର୍ବାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।

ଗଞ୍ଜାମ, ୧୮/୮(ମନୋଜ ପାତ୍ର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ କୋଭିଡ଼ ମୁକାବିଲା ନେଇ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ସକାଶେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଯାହା ଫଳରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି ଏବଂ କରୋନା ସଂକ୍ରମିତ ବ୍ୟକ୍ତିଗଣ ଅଧିକ ସଂଖ୍ୟାରେ ସୁସ୍ଥ ହୋଇ ପାରିଛନ୍ତି ।ତେବେ ଏହି କରୋନା ମୁକାବିଲା କରିବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । କରୋନାରୁ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତି ବିଶେଷଙ୍କର ପୁନର୍ବାର (ଆର ଆର ଟି) ଯାଞ୍ଚ କରାଯିବ । ଚଳିତ ମାସ ୨୦ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ରହିବା ସହ ଏହି ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସୁସ୍ଥ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯିବ । ସେଥିପାଇଁ ଏଏନଏମ , ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ,ଆୟୁଷ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଦଳ ଗଠନ ହେବ ଏବଂ ସେହି ଦଳ ନିଜର ସୁରକ୍ଷା ନିମନ୍ତେ ସତର୍କ ରହି କାର୍ଯ୍ୟ ପରିଚାଳନା କରିବେ।କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ବିଶେଷଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବା ସହିତ ସେମାନଙ୍କର ତଥ୍ୟ ଏକ ନିର୍ଦ୍ଧାରିତ ଫର୍ମରେ ପୂରଣ କରିବେ ।ଯଦି ଆବଶ୍ୟକ ପଡେ ତେବେ ଅନ୍ୟ ଜିଲ୍ଲାରୁ ଡ଼େପୁଟେସନରେ ଏ.ଏମ.ଓ ଏବଂ ଏଚ.ଏମ.ଓ ମାନଙ୍କର ସେବା ମଧ୍ୟ ଗ୍ରହଣ କରି ଏହି କାର୍ଯ୍ୟ ସମ୍ପାଦନ କରିବାକୁ ସୁପରିଟେଣ୍ଡଣ୍ଟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସ୍ୱାସ୍ଥ୍ୟ ଯାଞ୍ଚ ସମୟରେ ଯଦି କୌଣସି ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ସୁଦ୍ଧା ପୁନର୍ବାର କରୋନା ସଂକ୍ରମଣ ଲକ୍ଷଣ ରହୁଛି ତେବେ ସେମାନଙ୍କୁ କୋଭିଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବା ସହ ଚିକିତ୍ସା କରିବା ବ୍ୟବସ୍ଥା ରହିଛି । ଅକ୍ସିଜେନ ସ୍ତର, ପଲ୍ଲସ ରେଟ,ତାପମାତ୍ରା ଓ ଅନ୍ୟାନ୍ୟ ଲକ୍ଷଣ ଦେଖାଗଲେ ତୁରନ୍ତ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ମହାନଗର ନିଗମ କମିଶନର ଙ୍କ ଦ୍ଵାରା ଏହାର ସୁପରିଚାଳନା ନିମନ୍ତେ ସୁପରଭାଇଜର ମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।
Spread the love