315

କରୋନା ବିରୋଧରେ ସଂଗ୍ରାମ କରି ଜୀବନ ହାରିଲେ ଡ଼ାକ୍ତର ବି. କ୍ରିଷ୍ଣା

ବ୍ରହ୍ମପୁର,୧୬/୮( ଓଡିଆନ ମିଡ଼ିଆ): ଗଞ୍ଜାମ ଜିଲ୍ଲା ଭାଟକୁମରଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧକ୍ଷ ଡ଼ା ବି. କ୍ରିଷ୍ଣା କରୋନା ବିରୋଧରେ ସଂଗ୍ରାମ କରି ଶେଷରେ   ନିଜ ଜୀବନକୁ ଜଳାଞ୍ଜଳି ଦେଇଛନ୍ତି । ସେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଅଧକ୍ଷ ଭାବେ  କରୋନା କାର୍ଯ୍ୟକ୍ରମ ପରିଚାଳନା ସହ ଗାଁ ଗାଁ ବୁଲି ସ୍ବାବ ସଂଗ୍ରହି କାର୍ଯ୍ୟ ତଦାରଖ କରି ନିଜେ କରୋନା ପଜେଟିବ ହୋଇ  ଭୁବନେଶ୍ଵର କିମ୍ସରେ ଚିକିତ୍ସିତ ହେଉଥିଲେ ।  ହେଲେ କରୋନା ପ୍ରକୋପ ରୁ ରକ୍ଷା ପାଇ ପାରିଲେ  ନାହିଁ । ଶେଷ ରେ ଗତ କାଲି  ରାତିରେ  ତାଙ୍କ ମୃତ୍ୟୁ ହୋଇଛି ।  ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା  ଅଧିକାରୀ ଡ଼ା ଉମାଶଙ୍କର ମିଶ୍ର , କାର୍ଯ୍ୟକ୍ରମ  ଅଧିକାରୀ ଶ୍ରୀ ଶ୍ୟାମ ସୁନ୍ଦର ତ୍ରିପାଠୀ,  ସମସ୍ତ  କର୍ମଚାରୀ ଦୁଃଖ ପ୍ରକାଶ କରିବା ସହ ଆତ୍ମା ର ସଦଗତି କାମନା କରିଛନ୍ତି । ସଂପ୍ରତି ହିଞ୍ଜିଳିକାଟୁ ବ୍ଲକ୍ ସୂର୍ଯ୍ୟନାରାୟଣପୁର ନିବାସୀ ସ୍ୱର୍ଗତ ଡ଼ାକ୍ତର ବି.କ୍ରିଷ୍ଣା ଜଣେ ମେଳାପୀ, ପରୋପକାରୀ ଡ଼ାକ୍ତର ଭାବେ ପରିଚିତ ରହିଥିଲେ । ତାଙ୍କର ଗୋଟିଏ ଆଠ ବର୍ଷର ଝିଅ ଅଛନ୍ତି । ତାଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ମା’ ଭାଇ ବି. ଲିଙ୍ଗରାଜ, ପୁତୁରା ବି ମନୋଜ କୁମାର, ପରିବାର ବର୍ଗ ଗଭୀର ଭାବେ ମର୍ମାହତ ହୋଇପଡ଼ିଛନ୍ତି । ତାଙ୍କ ଅକାଳ ପରଲୋକରେ ବିଜେଡ଼ି ନେତା ଓଡ଼ିଶା ଷ୍ଟେଟ ରୁରାଲ ହାଉସିଂ ବୋର୍ଡ ଡେଭଲପମେଣ୍ଟ ଅଧ୍ୟକ୍ଷ ବିଶ୍ୱନାଥ, ପୂର୍ଣ୍ଣଚନ୍ଦ୍ର ନାଇଡ଼ୁ, ଡ଼ାକ୍ତର ଜଗନ୍ନାଥ ନାଇଡୁ, ନରେନ୍ଦ୍ରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ରାମାନୁଜ ପଟ୍ଟନାୟକ, ଡ଼ାକ୍ତର ସିଏଚ୍ ମନୋଜ କୁମାର ପାତ୍ର, ଡ଼ାକ୍ତର ଚଣ୍ଡାଂଶୁ ଭୂଷଣ ସୂତାର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।
Spread the love