184

ଆୟୁଷ ଡ଼ାକ୍ତରଙ୍କୁ ସରକାର ନିୟମିତ କରିବେ କେବେ ?

କେନ୍ଦ୍ରାପଡା,୧୩/୮(ଓନିଆନ୍ ମିଡ଼ିଆ): ଦୀର୍ଘ ୧୩ବର୍ଷ ହେବ ଚୁକ୍ତି ଭିତିକ ଚାକିରୀ କରିବା ଫଳରେ ଓଡ଼ିଶା ସରକାରଙ୍କ ନିରବତା ଯୋଗୁ ଓଡ଼ିଶା ଆୟୁଷ ଡ଼ାକ୍ତରମାନଙ୍କ ଦୂରାବସ୍ଥା ଏବେ କହିଲେ ନସରେ । ସିଧାସଳଖ ସେମାନେ ବର୍ଷ ବର୍ଷ ଧରି ଯେପରି ଶୋଷଶର ଶୀକାର ହୋଇ ଚାଲିଛନ୍ତି । ଅତ୍ୟନ୍ତ ସ୍ୱଳ୍ପ ପାରିଶ୍ରମିକରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କାର୍ଯ୍ୟକ୍ରମରେ ନିଜକୁ କର୍ତବ୍ୟ ନିଷ୍ଟ ରଖି ସେବା ଯୋଗାଇ ଆସୁଥିବା ଆୟୁଷ ଡ଼ାକ୍ତରମାନେ ସେହି ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ଠାରୁ ମଧ୍ୟ ହୀନ ଅବସ୍ଥାରେ ଅଛନ୍ତି । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଟୀକାକରଣ କାର୍ଯ୍ୟକ୍ରମ, ବିଭିନ୍ନ ଜାତୀୟସ୍ତରର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ନିଜକୁ ଆଗଧାଡ଼ିରେ ରଖି କାର୍ଯ୍ୟକରି ଆସୁଥିବା ଏହି ଆୟୁଷ ଡ଼ାକ୍ତର ମାନଙ୍କ ମଧ୍ୟରୁ ଅନେକ ଡ଼ାକ୍ତର ଚାକିରୀ କାଳ ମଧ୍ୟରେ ବିନା ସରକାରୀ ଦରମା ସହିତ ଆର୍ଥିକ ଅନଟନରେ ମରିହଜି ଗଲେଣି । ସାଂପ୍ରତିକ କରୋନା ମହାମାରୀ ସମୟରେ ଜଟିଳ ପରିସ୍ଥିତିରେ ସରକାରଙ୍କ ଅଣଦେଖାକୁ ଭୃକ୍ଷେପ ନକରି ନିଜର କର୍ତବ୍ୟ ପଥରେ କାର୍ଯ୍ୟ କରି ଚାଲିଛନ୍ତି ଏହି ଅବହେଳିତ ଆୟୁଷ ଡ଼ାକ୍ତରମାନେ । ଗ୍ରାମାଂଚଳ ସ୍ୱାସ୍ଥ୍ୟ ବ୍ୟବସ୍ଥା କଥା କହିଲେ ସାରା ଓଡ଼ିଶା କହିବ ଜଣେ ଆୟୁଷ ଡ଼ାକ୍ତରଙ୍କ ତ୍ୟାଗର କଥା । ଏହି ସମସ୍ୟାର ସମାଧାନ ପାଇଁ ଆୟୁଷ ଡ଼ାକ୍ତର ସଂଘ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ ରଖୁଛି କି ବିଳମ୍ବ ହେଉ ବଂର ସହୃଦୟତାର ସହିତ ବିଚାର କରି ଯଥାଶୀଘ୍ର ଆୟୁଷ ଡ଼ାକ୍ତରମାନଙ୍କ ଚାକିରୀ ନିୟମିତକରିବା ପାଇଁ ଉଦ୍ୟମ ଆରମ୍ଭ କରନ୍ତୁ । ଆଉ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ସଂଘର ସଭାପତି ଡ଼ାକ୍ତର ବିକେ ପ୍ରଶାନ୍ତ କୁମାର, ସଂପାଦକ ଡ଼ାକ୍ତର ପ୍ରଦୀପ ଚମ୍ପତି, ଡ଼ାକ୍ତର ଚଣ୍ଡାଂଶୁ ଭୂଷଣ ସୂତାର, ଡ଼ାକ୍ତର ପୂରବୀ ପରିଡ଼ା ଏବଂ ଡ଼ାକ୍ତର ଶୀତାକାନ୍ତ କର ପ୍ରମୁଖ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ ଜଣାଇଛନ୍ତି ।
Spread the love