145

ଭିନ୍ନକ୍ଷମ ପରିବାରଙ୍କୁ ରାସନ ସାମଗ୍ରୀ ବାଣ୍ଟିଲା ପ୍ରଶାସନ

କୁକୁଡ଼ାଖଣ୍ଡି୧୩/୮(ଓଡିଆନ ମିଡ଼ିଆ):କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି  । ଏହି କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଲୋକଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି । କୌଣସି ଜରୁରୀ କାର୍ଯ୍ୟରେ ହିଁ ଘର ବାହାରକୁ ଯିବା ପାଇଁ ଅନୁମତି ରହିଛି ।  ସରକାରଙ୍କ ଏହି ନିୟମକୁ ମାନି ଚଳିବା ପାଇଁ ଆଙ୍କୁଶପୁର ପଞ୍ଚାୟତ ଅନ୍ତର୍ଗତ ଡିପଲନଗରରେ ରହୁଥିବା ଭିନ୍ନକ୍ଷମ ପରିବାରଙ୍କ ପାଇଁ ଏହା କଷ୍ଟ ସାଧ୍ୟ ହୋଇପଡିଛି ।   ଯାହା ଫଳରେ ଉକ୍ତ ଭିନ୍ନକ୍ଷମ ପରିବାରଙ୍କୁ ସହାୟତାର ହାତ ବଢ଼ାଇଛି କୁଡ଼ାଖଣ୍ଡି ବ୍ଲକ ପ୍ରଶାସନ ।  ଗୁରୁବାର ଦିନ କୁକୁଡ଼ାଖଣ୍ଡି ବିଡିଓ ଗଦାଧର ପାତ୍ର, ବ୍ଲକ ଅଧ୍ୟକ୍ଷ କାମାକ୍ଷାପ୍ରସାଦ ପାତ୍ର ଓ ସ୍ଥାନୀୟ ସମିତି ସଭ୍ୟ ନାରାୟଣ ପାଣିଗ୍ରାହୀ ଡିପଲନଗରରେ ପହଞ୍ଚିବା ସହ ସେଠାରେ ରହୁଥିବା ୩୫ ପରିବାରଙ୍କୁ ଚାଉଳ, ଡାଲି ,ତେଲ , ସୋଜି, ସୋୟାବୀନ ଆଦି ଶୁଖିଲା ସାମଗ୍ରୀ ପ୍ରଦାନ କରିଥିଲେ । ବଣ୍ଟନ କରିବା ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରି ପ୍ରତ୍ୟେକ ପରିବାରଙ୍କୁ ଏହି ରାସନ ସାମଗ୍ରୀ ପ୍ରଦାନ କରାଯାଇଥିବା ବିଡିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି ।
Spread the love