ମୁନ୍ନାର : ପ୍ରବଳ ବର୍ଷା ଯୋଗୁଁ କେରଳର ଇଡୁକି ଜିଲ୍ଲାରେ ଭୂସ୍ଖଳନ ହୋଇଛି। ଏହି ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ୫ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ତେବେ ଜଙ୍ଗଲ ଅଧିକାରୀ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିିଥିବା ଜଣା ପଡ଼ିଛି। ଭୂସ୍ଖଳନ ହୋଇଥିବା ଅଞ୍ଚଳରେ ୭୦ରୁ ୮୦ଜଣ ଲୋକ ରହୁଥିବା ବେଳେ ଭୂସ୍ଖଳନ ପରେ ବର୍ତ୍ତମାନ ସୁଦ୍ଧା ୫ଜଣଙ୍କର ମୃତ୍ୟୁ ହୋଇଛି। ଏବେ ମୁଥିରାପୁଜା ନଦୀର ଜଳସ୍ତର ବୃଦ୍ଧି ହେତୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ମୁନ୍ନାର ପରି ନିମ୍ନମାନର ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖାଦେଇଛି
#WATCH 5 dead in landslide in Idukki’s Rajamala, #Kerala; 10 rescued so far
Kerala CM has requested assistance from Indian Air Force for the rescue operation. pic.twitter.com/yWmwXHUxEz
— ANI (@ANI) August 7, 2020