ନୂଆଦିଲ୍ଲୀ ୪/୮: ନୋକିଆ ଖୁବ୍ ଶୀଘ୍ର ବହୁତ କମ୍ ଦାମରେ ସ୍ମାର୍ଟଫୋନ୍ ଆଣିବାକୁ ପ୍ରସ୍ତୁତ ହୋଇଗଲାଣି । ଏଚଏମଡ଼ି ଗ୍ଲୋବାଲ ବଜାରକୁ Nokia C3 ନାମରେ ବଜେଟ୍ ସ୍ମାର୍ଟଫୋନ୍ ନେଇଆସିଛି । କମ୍ପାନୀ ସର୍ବପ୍ରଥମେ ଏହି ସ୍ମାର୍ଟଫୋନକୁ ଚୀନରେ ଲଞ୍ଚ୍ କରିଛି । ଏହାର ଦାମ୍ ମଧ୍ୟ ବହୁତ କମ୍ ରଖାଯାଇଛି । ଆଶା କରାଯାଉଛି ଖୁବ୍ ଶୀଘ୍ର ଏହା ଭାରତରେ ମଧ୍ୟ ଲଞ୍ଚ୍ ହେବ । ଚୀନରେ Nokia C3 ସ୍ମାର୍ଟଫୋନକୁ ୨ଟି କଲରରେ ଲଞ୍ଚ୍ କରାଯାଇଛି । Nokia C3 ସ୍ମାର୍ଟଫୋନର ଦାମ୍ ୬୯୯ ୟୁଆନ୍(ପ୍ରାୟ ୭୫୦୦ଟଙ୍କା) ରଖାଯାଇଛି । ଏହି ହିସାବରେ ଭାରତରେ ମଧ୍ୟ ଏହି ଫୋନ ପ୍ରାୟ ପାଖାପାଖି ଦାମରେ ବିକ୍ରି ହେବ । କମ୍ପାନୀର ସୂଚନା ଅନୁସାରେ ନୋକିଆ ଏହି ନୂଆ ହ୍ୟାଣ୍ଡସେଟରେ ୫.୯୯ ଇଞ୍ଚ୍ ଏଚଡି ପ୍ଲସ୍ ସ୍କ୍ରିନ୍ ଓ ଆଣ୍ଡ୍ରଏଡ୍ ୧୦ ମିଳିବ । ଫୋନ୍ ନର୍ଡିକ୍ ବ୍ଲୁ ଓ ଗୋଲ୍ଡ ସ୍ୟାଣ୍ଡ କଲରରେ ମିଳିବ । ଏଥିରେ ରିୟର ଫିଙ୍ଗରପ୍ରିଣ୍ଟ ସେନ୍ସର ଦିଆଯାଇଛି । କମ୍ପାନୀ ଏତେ କମ୍ ଦାମରେ ୧.୬ ଗିଗାହର୍ଜ ଅକ୍ଟା କୋର୍ Unisoc SC9863A ପ୍ରୋସେସର ଦେଉଛି । ଫୋନରେ ଗ୍ରାଫିକ୍ସ ପାଇଁ IMG8322 GPU ଦିଆଯାଇଛି । ଏହା ବ୍ୟତୀତ ଏଥିରେ ୩ ଜିବି ରାମ୍ ଓ ୩୨ ଜିବିର ଷ୍ଟୋରେଜ୍ ମଧ୍ୟ ମିଳିବ । ମେମୋରୀ କାର୍ଡ ମାଧ୍ୟମରେ ଏହାକୁ ୪୦୦ ଜିବି ପର୍ଯ୍ୟନ୍ତ ବୃଦ୍ଧି କରିହେବ ।
108