72

ଅଧିକ ପାଣି ପିଉଛନ୍ତି କି? ହୋଇପାରେ…………..

ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା…
ପାଣି ପିଇଲେ ଶରୀରରେ ଅନେକ ଲାଭ ମିଳିଥାଏ । କିନ୍ତୁ ବେଳେ ବେଳେ ଆକଶ୍ୟକ ଠାରୁ ଅଧିକ ପରିମାଣର ପାଣି ପିଇବା ଦ୍ୱାରା ଶରୀରରେ ଅନେକ ପ୍ରକାର ରୋଗ ଦେଖା ଦେଇଥାଏ । ଆୟୁର୍ବେଦରେ ଆବଶ୍ୟକତା ଠାରୁ ଅଧିକ ପାଣି ପିଇବାକୁ କ୍ଷତି କାରକ ରୂପରେ ଗ୍ରହଣ କରାଯାଇଛି । ଭାରତୀୟ ଖାଦ୍ୟ ପ୍ରଣାଳୀରେ ଭୋଜନ ଅନୁସାରେ ପାଣିର ମାତ୍ରା ଠିକ୍ ହୋଇଥାଏ । ଅଧିକ ପାଣି ପିଇବ ଦ୍ୱାରା ମଣିଷର ଗ୍ୟାସ, ଏସିଡ଼ିଟି, ଅଜୀର୍ଣ୍ଣ, ଅର୍ଶ, କାନ୍ତି ଭଳି ରୋଗ ହୋଇଥାଏ । ଅଧିକ ପାଣି ଦ୍ୱାରା ମଣିଷର ଓଭର ହାଇଡ଼୍ରେସନ ବା ଅଧିକ ଜଳାବସ୍ଥା ହୋଇ ବୃକ୍କର କାର୍ଯ୍ୟକୁ ବୃଦ୍ଧି କରି ତାକୁ ବିପଦରେ ପକାଇଥାଏ । ଅଧିକ ପାଣି ପିଇବା ଦ୍ୱାରା ଶୀରରର ଓଜନ ମଧ୍ୟ ବଢ଼ିଥାଏ ।
ଆୟୁର୍ବେଦ ଅନୁସାରେ ପାଣି ବିଇବାର ରହିଛି ଅନେକ ନିୟମ ଜାଣନ୍ତୁ ଏହି ସବୁ କଥା..
୧. ପାଣିକୁ ଫୁଟାଇ ତାକୁ ଥଣ୍ଡା କରି ପିଇଲେ ତାର ଶୀଘ୍ର ଶରୀରକୁ ଯାଇଥାଏ ।
୨. ପାଣି ପିଇବା ପାଇଁ ତମ୍ବାପାତ୍ରର ବ୍ୟବହାର ଉଚିତ୍ ।
୩. ଖାଦ୍ୟ ସହିତ ପାଣି ଗ୍ରହଣ କରିବା ଉଚିତ ।
୪.ଫ୍ରିଜ୍‌ର ପାଣି ପିଇବା କେବେବି ଉଚିତ୍ ନୁହେଁ ।
୫.ଶୋଇବା ପୂର୍ବରୁ କେବେବି ପାଣି ପିଅନ୍ତୁ ନାହିଁ ।
୬. ବିନା ଶୋଷରେ ପାଣି ପିଅନ୍ତୁ ନାହିଁ ।
Spread the love