ମୁମ୍ବାଇ: କିଛି ଦିନ ତଳେ ବଲିଉଡ ଅଭିନେତା ବିଜୟ ବର୍ମା ଓ ଅଭିନେତ୍ରୀ ତମନ୍ନା ଭାଟିଆ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା। ଗୋଆରେ ପରସ୍ପରକୁ ଚୁମ୍ବନ ଦେଉଥିବାର ଭିଡିଓ ଭାଇରାଲ ହେବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା। ଏହା ସହ ପୂର୍ବରୁ ବିମାନବନ୍ଦରରେ ଦୁହେଁ ଏକା ସାଙ୍ଗରେ ନଜର ଆସିଥିଲେ। ଅଭିନେତା ବିଜୟ ବର୍ମା ଗତବର୍ଷ ଡିସେମ୍ବର ୨୧ରେ ତମନ୍ନାଙ୍କ ଜନ୍ମଦିନରେ ତାଙ୍କ ଘରକୁ ଯାଇଥିବା ଦେଖାଯାଇଥିଲା।
ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ଦୁହେଁ ଖୁଲମ ଖୁଲା ସ୍ବୀକାର କରିନଥିବା ବେଳେ ଭାଲେଣ୍ଟାଇନ ଡେ’ରେ ବିଜୟ ରଖିଥିବା ଇନଷ୍ଟା ଷ୍ଟାଟସ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସ୍ପଷ୍ଟ କରିଥିଲା। ଏବେ ବିଜୟ, ତମନ୍ନାଙ୍କୁ ଶ୍ରଦ୍ଧାରେ କେଉଁ ନାଁରେ ଡାକନ୍ତି, ତାହା ସାମ୍ନାକୁ ଆସିଛି। ଇନଷ୍ଟାରେ ସେ ତମନ୍ନାଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ତମନ୍ନା ନଲେଖି ସେ ନିଜେ ଦେଇଥିବା ନାଁ ଲେଖିଛନ୍ତି।