43

ତାଳଦଣ୍ତା କେନାଲର କାର୍ଯ୍ୟ ବୁଲି ଦେଖିଲେ ତାମିଲନାଡୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ

କଟକ: ଦିନ ଥିଲା ଓଡ଼ିଶାରେ କୌଣସି ପ୍ରକଳ୍ପ ନିର୍ମାଣ ପୂର୍ବରୁ ଏହାକୁ କିପରି କରାଯାଇପାରିବ ସେ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ ପାଇଁ ଆମ ଯନ୍ତ୍ରୀ ଓ ବିଶେଷଜ୍ଞମାନେ ବାହାର ରାଜ୍ୟ ଓ ବିଦେଶ ଯାଉଥିଲେ। ଏବେ କିନ୍ତୁ ବଦଳିଛି ସମୟ। ଆମ ରାଜ୍ୟର ବିଭିନ୍ନ ପ୍ରକଳ୍ପ ଦେଖି ତାକୁ ଅନୁକରଣ କରି ପ୍ରକଳ୍ପ ତିଆରି ପାଇଁ ଅନ୍ୟ ରାଜ୍ୟର ବିଶେଷଜ୍ଞ ଓଡ଼ିଶା ଆସୁଛନ୍ତି। ଆଜି ଏହି କ୍ରମରେ କଟକର ତାଳଦଣ୍ଡା କେନାଲ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ ବୁଲି ଦେଖିଛନ୍ତି ତାମିଲନାଡୁ ସରକାରଙ୍କ ଉଚ୍ଚ ପଦାଧିକାରୀ। ପ୍ରକଳ୍ପ କାମର ତାମିଲନାଡୁ ଅଧିକାରୀମାନେ ଉଚ୍ଚ ପ୍ରଶଂସା କରିବାସହ ସମ୍ଭବ ହେଲେ ଏହି ପ୍ରକଳ୍ପ କାମକୁ ଅନୁକରଣ କରି ତାଙ୍କ ରାଜ୍ୟରେ କିଛି କାମ କରିବେ ବୋଲି କହିଛନ୍ତି। ବଦଳୁଛି ଓଡ଼ିଶା। ବିଶେଷ କରି ନୂଆ ନୂଆ ପ୍ରକଳ୍ପ କାର୍ଯ୍ୟକାରିତା କ୍ଷେତ୍ରରେ ରାଜ୍ୟ ଏବେ ଉଦାହରଣ ପାଲଟିଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ସହରରେ।

Spread the love