Skip to content
ରାଜନଗର ୨୦।୯ : ବିଶ୍ଵପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ୧ ତାରିଖରୁ ଖୋଳିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ୭ ମାସ ପରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି । କରୋନା କଟକଣା ଥିବାରୁ ଦିନରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ। କେବଳ ଡାଙ୍ଗମାଳରେ ରାତ୍ରୀଯାପନ କରିବାକୁ ଇଚ୍ଛୁକ ଥିବା ପର୍ଯ୍ୟଟକଙ୍କୁ ଭିତରକନିକା ପରିଭ୍ରମଣର ସୁଯୋଗ ମିଳିବ ବୋଲି ରାଜନଗର ଡିଏଫଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି। କରୋନା ମହାମାରୀ ବ୍ୟାପିବା ପରେ ମାର୍ଚ୍ଚ ୧୩ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥିଲା। ୭ମାସ ପରେ ଅକ୍ଟୋବର ୧ରୁ ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଦିନ ବେଳେ ପର୍ଯ୍ୟଯକଙ୍କୁ ପ୍ରବେଶ ମନା। କେବଳ ରାତ୍ରିଯାପନ ପାଇଁ ରୁମ୍ ବୁକ୍ କରିଥିବା ପର୍ଯ୍ୟଟକଙ୍କୁ ଭିତରକନିକାରେ ବୁଲିବାକୁ ଓ ରହିବାକୁ ଅନୁମତି ମିଳିବ । କରୋନା ନିୟମ ଅନୁଯାୟୀ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ। ରୁମଗୁଡିକୁ ନିୟମିତ ବ୍ୟବଧାନରେ ସାନିଟାଇଜ୍ କରାଯିବ।ରାତ୍ରୀଯାପନ ପାଇଁ ରୁମ ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ଭିତରକନିକାରେ ବୁଲିବାକୁ ଓ ରହିବାକୁ ଅନୁମତି ମିଳିବ। ଗୁପ୍ତି ଓ ହବାଳିଖଟିରେ ଥିବା କଟେଜ ବୁକିଂ କରାଯିବ ନାହିଁ। ଡାଙ୍ଗମାଳଠାରେ ଥିବା ୧୬ଟି କଟେଜ୍ରେ ପର୍ଯ୍ୟଟକଙ୍କୁ ରହିବାର ସୁବିଧା ମିଳିବ। ଇକୋ ଟୁର ଓଡିଶା ଡଟ୍ କମ୍ରେ ଅନଲାଇନରେ ରୁମ ବୁକିଂ କରିଥିବା ପର୍ଯ୍ୟଟକମାନେ ଭିତରକନିକା ପରିଭ୍ରମଣର ସୁବିଧା ପାଇବେ। ଏହି ପର୍ଯ୍ୟଟକମାନେ ବୋଟିଂ ସହିତ ଭିତରକନିକା ବୁଲିବା ସହିତ ରାତ୍ରୀଯାପନ କରିବେ। ଅନ୍ୟ ପର୍ଯ୍ୟଟକମାନଙ୍କୁ ଭିତରକନିକାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।