ପ୍ରତ୍ୟେକ ଦିନ ନିତ୍ୟ କର୍ମ ରେ ଆମେ ସ୍ନାନ କରିଥାଉ। କିନ୍ତୁ ସ୍ନାନ ଯେ କେବଳ ଶରୀର କୁ ପରିଷ୍କାର କରେ ତା ନୁହେଁ ବରଂ ଏହା ଶରୀର ଅନେକ ରୋଗ ରୁ ଆମକୁ ରକ୍ଷା କରିଥାଏ । ସ୍ନାନ କରିବା ଦ୍ୱାରା ଶରୀର ପବିତ୍ର ହୋଇ ଥାଏ। ଏହା ଶୁକ୍ର ବର୍ଦ୍ଧକ ଏବଂ ଆୟୁ ପାଇଁ ହିତକର। ଏହା ଶ୍ରମ , ସ୍ଵେଦ, ମଳ କୁ ଦୂର କରି ଶରୀର ର ବଳ ଓ ଓଜ କୁ ବୃଦ୍ଧି କରିଥାଏ।ଏହା ଶରୀର ର ଜଠାର ଅଗ୍ନି କୁ ବୃଦ୍ଧି କରି ଭୋଜନ ହଜମ କରାଇଥାଏ। ପ୍ରାତଃ କାଳରେ ସ୍ନାନ କୁ ଶ୍ରେଷ୍ଠ ବୋଲି କୁହାଯାଇଛି । ଏହା ଶରୀର କାନ୍ତି ବର୍ଦ୍ଧକ ଓ ତେଜ ବର୍ଦ୍ଧକ ଅଟେ। ସ୍ନାନ କୁ ଅନେକ ସମୟ ରେ ବାରଣ କରାଯାଇଛି। ଏହି ଗୁଡ଼ିକ ହେଲା ଅତିସାର, ଜ୍ୱର , କର୍ଣ୍ଣ ରୋଗ, ଅରୁଚି ,ପ୍ରତ୍ୟାଶୟ ଅଜୀର୍ଣ ଏବଂ ଭୋଜନ ପରେ ସ୍ନାନ କୁ ବାରଣ କରାଯାଇଛି। କେବଳ ଧାର୍ମିକ ନୁହେଁ ସ୍ବାସ୍ଥ୍ୟ ପାଇଁ ନିତ୍ୟ ସ୍ନାନ ଆବଶ୍ୟକ ଅଟେ।
284