140

ରାୟଗଡା ଜିଲ୍ଲାରେ ଗଠନ ହେଲା ୱେବ ମିଡ଼ିଆ ସଂଘ, ସଭାପତି ହେଲେ ଗୁରୁ ପ୍ରସାଦ

ରାୟଗଡା,୨/୯(ଓଡିଆନ ମିଡିଆ):ରାୟଗଡା ଜିଲ୍ଲା ରେ ନୂତନ ଭାବେ ୱେବ ମିଡ଼ିଆ ସଂଘ ଗଠନ ହୋଇଛି। ଏହି ସଂଘରେ ରାୟଗଡା ଜିଲ୍ଲାର ସମସ୍ତ ୱେବ ମିଡ଼ିଆ ସାମ୍ବାଦିକ ମାନେ ଆଗାମୀ ଦିନରେ ଯୋଗଦାନ କରିବା ପାଇଁ ଅନୁରୋଧ କରିଛନ୍ତି । ଏହି ୱେବ ୟନିୟନ ରେ କାର୍ଯ୍ୟକାରିଣୀ ସଦସ୍ୟ ସଭାପତି ରୂପେ ଗୁରୁ ପ୍ରସାଦ ସାହୁ, ଉପସଭାପତି ରୂପେ ସ୍ମୃତି ରଞ୍ଜନ ମହାନ୍ତି, ସାଧାରଣ ସମ୍ପାଦକ ରୂପେ ବିଶ୍ୱରାଜ ଛିଞ୍ଚାଣି, ସମ୍ପାଦକ ରୂପେ ଶିବ ପ୍ରସାଦ ପାଢି, କୋଷାଧ୍ୟକ୍ଷ ରୂପେ ରାଜେଶ କୁମ୍ଭାର ଓ ଅଫିସ କର୍ମକର୍ତା ରୂପେ ଆଲୋକ ମହାରଣା ଙ୍କୁ ଚୟନ କରାଯାଇଛି ।ଏହି ବୈଠକରେ ଅନ୍ୟ ଜିଲ୍ଲା ୱେବ ମିଡ଼ିଆ ଭାଇ ମାନେ ଯଥା, ଜି ଉଦୟ କିରଣ, ହରି ନାରାୟଣ ଦାଶ, କମଳ ଲୋଚନ, ଲୋକନାଥ ପାଳ, ତୁଷାର ରଞ୍ଜନ ସାହୁ, ଉପସ୍ଥିତ ଥିଲେ, ଓ ଅନ୍ୟ ସଦସ୍ୟ ମାନେ ଯଥା କ୍ରମେ ଦୀପକ କୁମାର ପୃଷ୍ଟି, ସହଦେବ ସାହୁ, ଯୋଗେଶ୍ୱର ଦାଶ, ଅଲରାମ ବତ୍ରା, ଅମୀୟ କୁମାର ଦଶ, ମାନସ କୁମାର କନବିନ୍ଧା, ଗୋପାଳ କୃଷ୍ଣ ନାୟକ, ଓ ଅନେକ ଜିଲାର ୱେବ ପ୍ରତିନିଧି ଏହି ସଂଘରେ ନିଜର କର୍ମକର୍ତା ରୂପେ ସଦସ୍ୟ ରୂପେ ଯୋଗଦାନ ର ବର୍ତା ପ୍ରଦାନ କରିଛନ୍ତି।ଆଗାମୀ ଦିନରେ ରାୟଗଡା ଓ ଜିଲ୍ଲାର 11 ଗୋଟି ବ୍ଲକ ର ସମସ୍ତ ୱେବ ମିଡ଼ିଆ ଭାଇ ଙ୍କୁ ଏହି ୟୁନୀୟନ ରେ ଆଗାମୀ ପର୍ଯ୍ୟାୟ କ୍ରମେ ନିଜକୁ ସାମିଲ କରିବା ପାଇଁ ସଙ୍ଘ ତରଫରୁ ଆମନ୍ତ୍ରଣ କରା ଯାଉଛି । ଏହି ୱେବ ସଙ୍ଘ ରାୟଗଡା ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ୱେବ ମିଡ଼ିଆ ଭାଇଙ୍କୁ ଏକତ୍ରିତ କାରଣ କରି ଏକ ନୂତନ platform ରେ ଠିଆ କରିବା ସହ, ବର୍ତ୍ତମାନ ଦିନରେ ସୋସିଆଲ ମିଡ଼ିଆ ସବୁଠାରୁ କ୍ଷିପ୍ର ଗତିଶୀଳ ମିଡ଼ିଆ ରପେ କାର୍ଯ୍ୟ କରୁଛି। ଏହି ସଙ୍ଘର ସମସ୍ତ ସଭ୍ୟଙ୍କ ମଧ୍ୟରେ କୌଣସି ପାତର ଅନ୍ତର ଓ ଭେଦ ଭାବ କୁ ଦୁରରେ ରଖି ଭାଇଚାରା ଓ ଏକ ପରିବାର ର ସଦସ୍ୟ ରୂପେ ସମସ୍ତେ ଖାନ୍ଦରେ ଖାନ୍ଦ ହାତକୁ ହାତ ଧରି ସମସ୍ତ କାର୍ଯ୍ୟ କରିବା ସହ ସରକାର ଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଦ୍ୱାରା ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଏହି ସଙ୍ଘ ପ୍ରୟାସ ଜାରି ରଖିବ।
Spread the love