158

ଘୁମୁସର କ୍ରୀଡ଼ା ଶିକ୍ଷକ ସଂଘର ଜାତୀୟ କ୍ରୀଡ଼ା ଦିବସ ପାଳନ

ଜଗନ୍ନାଥ ପ୍ରସାଦ,୨/୯(ଲକ୍ଷ୍ମୀ ନାରାୟଣ ବେହେରା):ଭଞ୍ଜନଗର ରେ ହକି ଖେଳର ଯାଦୁକର ମେଜର ଧ୍ୟାନଚାନ୍ଦ ଙ୍କ ଜନ୍ମ ଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବରେ ଉପେନ୍ଦ୍ର ଭଞ୍ଜ ମହା ବିଦ୍ୟାଳୟ କ୍ରିଡା ପ୍ରାଙ୍ଗଣ ରେ ଘୁମୁସର କ୍ରୀଡ଼ା ଶିକ୍ଷକ ସଂଘ ତରଫରୁ ମହା ସମାରୋହରେ ପାଳିତ ହୋଇଯାଇଛି । କ୍ରିଡା ଶିକ୍ଷକ ସଂଘ ର ଆବାହକ ତଥା ଶରତ ଚନ୍ଦ୍ର ସ୍ମାରକୀ ଉଚ୍ଚ ବିଦ୍ୟାଳୟ, ଗାଙ୍ଗପୁର କ୍ରିଡା ଶିକ୍ଷକ ଆଶୁତୋଷ ସ୍ୱାଈ , ଓ ସର୍ଦ୍ଦାର ସଂଗ୍ରାମ ସିଂଗ୍ ହାଇସ୍କୁଲ କ୍ରିଡା ଶିକ୍ଷକ ବିଭୂତି ଭୁଷଣ ପ୍ରଧାନ ଙ୍କ ପ୍ରଚେଷ୍ଟା ରେ ଉକ୍ତ ଉତ୍ସବରେ ବହୁ କ୍ରିଡା ଶିକ୍ଷକ ଯୋଗଦାନ କରି ଧ୍ୟାନଚାନ୍ଦ ଙ୍କ କ୍ରିଡା ଓ ତ୍ୟାଗର ସ୍ମୃତି ଚାରଣ କରିଥିଲେ । ଉକ୍ତ ଉତ୍ସବରେ କରୋନା ମହାମାରୀ କୁ ଆଖି ଆଗରେ ରଖି ତଥା ଭଞ୍ଜନଗର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାମାଜିକ ଦୂରତା ରକ୍ଷା କରିବା ସହ ମାକ୍ସ ପିନ୍ଧିବା ଓ ଅଧିକ ସଂଖ୍ୟକ ଗହଳି ନ କରିବା ଆଦି ସମସ୍ତ ନୀୟମ କୁ କଡା କଡି ପାଳନ କରାଯାଇଥିଲା । ଉପେନ୍ଦ୍ର ଭଞ୍ଜ ମହା ବିଦ୍ୟାଳୟର ପୁର୍ବତନ କ୍ରିଡା ଶିକ୍ଷକ ପି. ଆନନ୍ଦ ରାଓ , ସର୍ବଶ୍ରୀ ମୋଚିରାମ ରଣସିଂହ, ରାଧାକାନ୍ତ ନାୟକ , ପ୍ରବୀଣ କୁମାର ଖାଡ଼ଙ୍ଗା , ସଚିତ୍ର କୁମାର ନାୟକ , ମାନସ କୁମାର , ଦିଲ୍ଲୀପ କୁମାର , ସରୋଜ ମହାପାତ୍ର , ସଞୟ ପ୍ରଧାନ । ଆଦି ଶିକ୍ଷକ ମାନେ ସୁଚିନ୍ତିତ ବକ୍ତବ୍ୟ ରଖିବା ସହ ଆଗାମୀ ଦିନରେ ଏହାର ବହୁଳ ପ୍ରଚାର ପ୍ରସାର କରି କ୍ରିଡା ଖେତ୍ରକୁ ଅଧିକ ଧ୍ୟାନ ଦେବାପାଇ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
Spread the love