113

ଜୋଭାସ୍ ସ୍କୁଲ ଅଫବିଜିନେସ୍ ମ୍ୟାନେଜମେଣ୍ଟ ପକ୍ଷରୁ ବେଣୀପୁରରେ ରିଲଫବଣ୍ଟନ

କେନ୍ଦ୍ରାପଡା ୨/୯(ଓଡିଆନ ମିଡ଼ିଆ): ଶୂନ୍ୟାସକ୍ତା ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ କେନ୍ଦ୍ରାପଡା ଶ୍ୟାମସୁନ୍ଦର ପୁରସ୍ଥିତ ଜୋଭାସ୍ ସ୍କୁଲ ଅଫ ବିଜିନେସ୍ ମ୍ୟାନେଜମେଣ୍ଟ ପକ୍ଷରୁ ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ବେଣୀପୁର ଗ୍ରାମରେ ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ କରାଯାଇଛି । ସଂସ୍ଥା ପକ୍ଷରୁ ବୋଟ ଯୋଗେ ୭କ୍ୱିଣ୍ଟାଲ ଚୁଡା, ୨ କ୍ୱିଣ୍ଟାଲ ଗୁଡ, ୧ ହଜାର ପାଣି ବୋତଲ, ୧ ହଜାର ବିସ୍କୁଟ ପ୍ୟାକେଟ୍‌, ୧ ହଜାର ମଶାଧୂପ ପ୍ୟାକେଟ୍‌, ମହମବତୀ, ଦିଆସିଲି ପ୍ରଭୃତି ପ୍ରତି ପରିବାରକୁ ଯୋଗାଇ ଦିଆ ଯାଇଛି । ସଂସ୍ଥାର କର୍ମଚାରୀ ମାନେ ଏହି ରିଲିଫଅପରେସନ କାମରେ ସାମିଲ ହୋଇଥିଲେ ଓ ପ୍ରତ୍ୟେକ ଘରକୁ ଘର ବୁଲି ସମସ୍ୟା ସଂପର୍କରେ ଲୋକଙ୍କ ଠାରୁ ବୁଝିଥିଲେ । ଗୁଣ୍ଡ ଦୁଗ୍ଧ ଏ ପର୍ଯ୍ୟନ୍ତ ପହଁଚି ନଥିବାରୁ ସଂସ୍ଥା ପକ୍ଷରୁ ପରବର୍ତୀ ସମୟରେ ଯୋଗାଇ ଦେବାକୁ ନିଷ୍ପତି ନିଆଯାଇଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏପର୍ଯ୍ୟନ୍ତ ମ୍ମ ଛାତ ପର୍ଯ୍ୟନ୍ତ ପାଣି ରହିଛି । ସଂସ୍ଥା ପକ୍ଷରୁ ଆଉ ଥରେ ରିଲଫ ଦିଆଯିବାକୁ ଯୋଜନା ଥିବା ଏହି କାର୍ଯ୍ୟକ୍ରମରେ ନେତୃତ୍ୱ ନେଉଥିବା ଅଧ୍ୟକ୍ଷ ଅନୁଜ କୁମାର ପ୍ରଧାନ କହିଛନ୍ତି । ଏହି ରିଲିଫ କାର୍ଯ୍ୟକ୍ରମକୁ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଆଦିତ୍ୟ କୁମାର ପ୍ରଧାନ, ନିର୍ଦେଶକ ସେକ୍ ରିଜୁଆନ୍‌, ଆଲୋକ କୁମାର ମଲିକ, ବିଶ୍ୱମ୍ବର ନାଉରି, ସୁଶାନ୍ତ ମଲିକ, ଦିପକ କୁମାର ମଲିକ, ପ୍ରଭାତ କୁମାର ମଲିକ ପ୍ରମୁଖ ପରିଚାଳନା କରିଥିଲେ ।
Spread the love