414

ନଡ଼ିଆ କେବଳ ଶ୍ରୀଫଳ ନୁହେଁ ସ୍ବାସ୍ଥ୍ୟ ବର୍ଦ୍ଧକ।

ବିଶ୍ଵ ନାରିକେଳ ଦିବସ ଉପଲକ୍ଷେ

ନଡ଼ିଆ ସହ ଆମେ ଖୁବ୍ ପରିଚିତ। ମାଙ୍ଗଳିକ କାର୍ଯ୍ୟରେ ଆଗ ଦରକାର ହୁଏ ନଡ଼ିଆ। ସେଥି ପାଇଁ ତାକୁ ଶ୍ରୀ ଫଳ କୁହାଯାଏ। ନଡ଼ିଆ ଗଛ ର କୌଣସି ଟି ଅଂଶ ଅନ୍ୟଥା ହୁଏନି। ନଡ଼ିଆ ରେ ରହିଛି ଅନେକ ଔଷଧିଧୀୟ ଗୁଣ।ନଡ଼ିଆ ପାଣି ଓ ତେଲ ବିଷୟ ରେ ଆମେ ଜାଣିଛନ୍ତି କିନ୍ତୁ ଏହା ର ଥିବା ଗୁଣ  ଆମର ଚର୍ବି ଅଂଶ କୁ କମ୍ କରି ଓଜନ କମ କରିଥାଏ। ନଡ଼ିଆ ପାଣି ରେ ସମସ୍ତ ପ୍ରକାର ଖଣିଜ ଦ୍ରବ୍ୟ ଓ ଭିଟାମିନ ରହିଥାଏ । ଫଳରେ ଆମକୁ ଅନେକ ସମୟ ରେ ଜୀବନ ପ୍ରଦାନ କରିଥାଏ। ଏଥିରେ ପ୍ରଚୁର ପରିମାଣ ର ଆଟିଅକ୍ସିଡାନ୍ତ୍ ରହିଥାଏ ଯାହା ଆମର ତ୍ଵଚା କୁ ଉଜ୍ଜଳ ସତେଜ ରଖିଥାଏ। ନଡ଼ିଆ ଖାଇବା ଦ୍ଵାରା ଏହା ଶରୀର  ର କ୍ୟାଲସିୟମ ଓ ମଗ୍ନେଶିୟମ ଗ୍ରହଣ ଶକ୍ତି ବୃଦ୍ଧି କରିଥାଏ । ଫଳରେ ଆମର ହାଡ଼ ଓ ମାଢ଼ୀ ଶକ୍ତ ହୁଏ। ନଡ଼ିଆ ରେ ଭୂତାଣୁ ଜୀବାଣୁ ଓ ପରଜୀବ ନଷ୍ଟ କରିବାର ରହିଛି ତେଣୁ ଏହା ଆମ ଖାଦ୍ୟ କୁ ସଠିକ୍ ଭାବରେ ହଜମ କରିବାରେ ସାହାଯ୍ୟ କରିଥାଏ।ଏହା ଛଡା ନଡ଼ିଆ ହୃଦୟ , ବୃକକ କୁ ବଳ ଦେଇ ଥାଏ।

Spread the love