136

ଅସରନ୍ତି ଦୁଃଖ, ପାଣି ଘେରରେ ବିପନ୍ନ

ରାଜକନିକା ବିପନ୍ନଙ୍କୁ ଏକ ଲକ୍ଷ ପାଣି ପାଉଚ୍ ବଂଟନ
ରାଜକନିକା,୩୧/୮(ଓଡିଆନ ମିଡିଆ): ବୈତରଣୀ ଓ ଖରସ୍ରୋତା ନଦୀରେ ଆସନ୍ନ ବନ୍ୟାରେ ରାଜକନିକା ବ୍ଲକ୍‌ରେ ନାହିଁ ନଥିବା କ୍ଷୟକ୍ଷତି ସୃଷ୍ଟି କରିଛି । ୨୩ଟି ଗ୍ରାମପଂଚାୟତର ୬୮ଟି ଗ୍ରାମର ୭୬ ହଜାର୬୯୪ ଲୋକେ ଏହି ବନ୍ୟାରେ ପ୍ରଭାବିତ ହୋଇଥିବାର ବିଡ଼ିଓ ବିକ୍ରମ କିଶୋର ପରିଡ଼ା ସୂଚନା ଦେଇଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଅନେକ ଗାଁ ପାଣି ଘେରରେ ରହିଛନ୍ତି । ଅନେକ ଲୋକ ନିଜ ଘରଦ୍ୱାର ଛାଡ଼ି ଆଶ୍ରୟସ୍ଥଳରେ ଜୀବନ କାଟୁଛନ୍ତି । ସଂପୂର୍ଣ୍ଣ ଭାବେ ଘର ବନ୍ୟାପାଣିରେ ଭାଙ୍ଗିଯାଇଛି ।

ଦୀର୍ଘ ୯ ବର୍ଷ ପରେ ରାଜକନିକାର ଭୌଗଳିକ ପରିସ୍ଥିତିକୁ ପରିବର୍ତନ କରିଦେଇଛି ଚଳିତ ବନ୍ୟା । ଏହି ପ୍ରାକୃତିକ ଦୈବିପାକକୁ ସାମ୍ନା କରିଛନ୍ତି ଲୋକେ । ଶହଶହ ଏକର ଧାନଚାଷ ଉଜୁଡ଼ି ଯାଇଛି । ପନିପରିବା ଚାଷ ବି କ୍ଷତିର ପରିମାଣ ଆକଳନ କରାଯାଇ ପାରି ନାହିଁ । ବନ୍ୟା ପାଣି କମୁଥିଲେ ମଧ୍ୟ ପାଣି ନିଷ୍କାସନ ବ୍ୟବସ୍ଥା ନଥିବାରୁ ଲୋକମାନେ ପାଣି ଘେରରେ ରହିଛନ୍ତି । ଭାରିଗଦା ପଂଚାୟତରେ ସରପଂଚ ପ୍ରଦୀପ ମଲ୍ଲିକଙ୍କ ସହଯୋଗରେ ରନ୍ଧାଖାଦ୍ୟକୁ ବନ୍ୟା ବିପନ୍ନ ମାନଙ୍କ ନିକଟରେ ଡ଼ଙ୍ଗା ସାହାଯ୍ୟରେ ପହଂଚାଯାଇପାରୁଛି । ଏହି ଭାରିଗଦା ପଂଚାୟତର ଅନେକ ଗାଁରେ ଦୁଇ ତିନି ଫୁଟ୍‌ର ବନ୍ୟାପାଣି ଘେରି ରହିଛି । ଆଉ ଅନେକ ଗାଁକୁ ବିନା ଡ଼ଙ୍ଗାରେ ଯିବା ସମ୍ଭବପର ହୋଇପାରୁ ନାହିଁ । ଏହି ପଂଚାୟତର ଶରତ ମଲ୍ଲିକଙ୍କ ଘର ସଂପୂର୍ଣ୍ଣ ଭାବେ ବନ୍ୟା ପାଣିରେ ମିଶିଯାଇଛି । ଶରତଙ୍କ ପରିବାର ସରପଂଚଙ୍କ ଘରେ ଆଶ୍ରୟ ନେଇଛନ୍ତି । ସେହିଭଳି ବେଣୁଧର ମଲ୍ଲିକ, ଦିବାକର ସାମଲ ଏବଂ ପାଣ୍ଡବ ସାହୁ ଙ୍କଘର ମଧ୍ୟ ପାଣିରେ ମିଶିଯାଇଛି । ଏହି ଲୋକମାନେ ଆଶ୍ରୟସ୍ଥଳରେ ରହିଛନ୍ତି । ଖବର ପାଇଁ ରାଜକନିକା ବିଡ଼ିଓ ବିକ୍ରମ କିଶୋର ପରିଡ଼ା ଏବଂ କନିକା ଅତିରିକ୍ତ ତହସିଲଦାର ପ୍ରେମାନନ୍ଦ ବେହେରା ଭାରିଗଦା ଯାଇ ବିପନ୍ନଙ୍କୁ ପଲିଥିନ୍ ବଟଂନ କରିଛନ୍ତି । ରାଜକନିକା ବିପନ୍ନଙ୍କୁ ଏକ ଲକ୍ଷ ପାଣି ପାଉଚ୍ ବଂଟନ କଲେ ବିଡ଼ିଓ ।

ରାଜକନିକା ବ୍ଲକ୍‌ରେ ବନ୍ୟା ବିପନ୍ନଙ୍କୁ ଏକ ଲକ୍ଷ ପାଣି ପାଉଚ୍ ବଂଟନ କରାଯାଇଛି । ରାଜକନିକା ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀ ବିଦୁସ୍ମିତା ଜେନାଙ୍କ ସହଯୋଗରେ ବିଡ଼ିଓ ବିକ୍ରମ କିଶୋର ପରିଡ଼ା ଏ କଟ୍ରାକ୍ଟର ବୋଝେଇ କରି ବିପନ୍ନ ମାନଙ୍କ ନିକଟରେ ପହଂଚିଥିଲେ । ବନ୍ୟପାଣିରେ ଗାଡ଼ି ଯାଇପାରୁ ନଥିବାରୁ ଡ଼୍ରକାଟ୍‌ରରେ ବିଡ଼ିଓ ପାଣି ପାଉଚ ଧରି ବିପନ୍ନଙ୍କ ନିକଟରେ ପହଂଚିଥିଲେ ।

Spread the love