ନୂଆଦିଲ୍ଲୀ ୨୨।୦୮: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରୋନା ମହାମାରୀ ନେଇ କହିଛନ୍ତିଯେ, ୧୯୧୮ରେ ଦେଖାଦେଇଥିବା ସ୍ପାନିଶ୍ ପ୍ଲୁ ତୁଳନାରେ କରୋନାକୁ ରୋକିବା ପାଇଁ କମ୍ ସମୟ ଲାଗିପାରେ । WHOମୁଖ୍ୟ ଶୁକ୍ରବାର ଦିନ କହିଛନ୍ତି ଯେ, କରୋନା ମହାମାରୀ ଖୁବ୍ କମ୍ ସମୟ ମଧ୍ୟରେ ଶେଷ ହୋଇଯାଇପାରେ । କିନ୍ତୁ ଏଥିପାଇଁ ବିଶ୍ୱର ସମସ୍ତ ଦେଶ ଏଜକୁଟ୍ ହୋଇ ମହାମାରୀ ବିରୋଧରେ ଲଢେଇ ପାଇଁ ଆଗକୁ ଆସିବା ଦରକାର । କରୋନା ବିରୋଧରେ ଲଢେଇ ପାଇଁ ବର୍ତ୍ତମାନ କୌଣସି ସୀକୃତିପ୍ରାପ୍ତ ଭ୍ୟାକ୍ସିନ୍ ଉପଲବ୍ଧ ନାହିଁ । WHO ମୁଖ୍ୟ କହିଛନ୍ତି ଯେ, ୧୯୧୮ରେ ଦେଖାଦେଇଥିବା ସ୍ପାନିଶ୍ ଫ୍ଲୁ ମହାମାରୀ ଶେଷ ହେବାକୁ ଦୁଇ ବର୍ଷର ସମୟ ଲାଗିଥିଲା । ପ୍ରଥମ ବିଶ୍ୱଯୁଦ୍ଧ ତୁଳନାରେ ସ୍ପାନିଶ୍ ଫ୍ଲୁରେ ୫ ଗୁଣା ଅଧିକ ଲୋକେଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ପ୍ରଥମ ଆକ୍ରାନ୍ତ ଆମେରିକାରେ ମିଳିଥିଲା , ପରେ ଏହି ମହାମାରୀ ପୁରା ୟୁରୋପରେ କାୟାବିସ୍ତାର କରିଥିଲା । ଯାହାପରେ ପୁରା ଦୁନିଆରେ ଅନେକ ଲୋକେ ସଂକ୍ରମିତ ହୋଇଥିଲେ । ଏହି ମହାମାରୀ ତିନୋଟି ପର୍ଯ୍ୟାୟରେ ଆସିଥିଲା । ତେବେ ଦ୍ୱିତୀୟ ଥର ଆସିଥିବା ମହାମାରୀ ଅଧିକ ଘାତକ ଥିଲା । ଏଥିରେ ଅନେକ ଲୋକଙ୍କ ପ୍ରାଣ ଯାଇଥିଲା । ଯାହାକି ଇତିହାସରେ ସବୁଠାରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ମହାମାରୀ ବୋଲି କୁହାଯାଉଛି । ଆଜିକା ଦିନ ଏବଂ ସେଦିନ ମଧ୍ୟ ବହୁତ ପାର୍ଥକ୍ୟ ରହିଛି । ସେତେବେଳେ ଆମ ପାଖରେ ଏତେ ପରିମାଣର ବୈଷୟିକ ଜ୍ଞାନକୌଶଳ ନଥିଲା । କିନ୍ତୁ ଆଜି ଦିନ ଆମ ପଖାରେ ଅନେକ ସୁଯୋଗ ରହିଛି । ବର୍ତ୍ତମାନର ସମୟରେ ଆମେ ଏହି ମହାମାରୀକୁ ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛେ । ଯାହାଦ୍ୱାରା କି ଆମେ କରୋନାକୁ ରୋକିବାରେ କିଛିଟା ମାତ୍ରାରେ ସଫଳ ହୋଇଛେ । ଆଜିକା ସମୟରେ ଆମ ପକ୍ଷରେ ଅନେକ ଉନ୍ନତମାନର ଜ୍ଞାନକୌଶଳ ଓ ଉପକରଣ ରହିଛି । ଯାହାର ବ୍ୟବହାର କରି ଆମେ ଖୁବଶୀଘ୍ର ଭ୍ୟାକ୍ସିନ ପ୍ରସ୍ତୁତ କରିପାରିବା । ଯଦି ଆମେ ଏକ୍ଜୁଟ ହୋଇ ଭ୍ୟାକ୍ସିନ ପ୍ରସ୍ତୁତ କରିାବରେ ଆମେ ସଫଳ ହୋଇଯାଉଛେ , ତେବେ ଆମେ ୧୯୧୮ ସ୍ପାନିଶ୍ ଫ୍ଲୁ ତୁଳନାରେ କରୋନା ମହାମାରୀକୁ ରୋକିବାରେ କମ୍ ସମୟ ମଧ୍ୟରେ ରୋକିପାରିବ । ସ୍ପାନିଶ୍ ପ୍ଲୁ ମହାମାରୀକୁ ରୋକିବା ପାଇଁ ଦୁଇ ବର୍ଷ ସମୟ ଲାଗିଥିଲା । କିନ୍ତୁ ଯଦି କରୋନା ବିରୋଧରେ ଆମ ସମସ୍ତେ ଏକ୍ଜୁଟ ହୋଇ ଏକ ଉତ୍କଷ୍ଟମାନର ଭ୍ୟାକ୍ସିନ୍ ପ୍ରସ୍ତୁତ କରିଦେବା । ତାହେଲେ ଆମେ ୨ବର୍ଷରୁ କମ୍ ସମୟ ମଧ୍ୟରେ କରୋନା ମହାମାରୀକୁ ରୋକିବାରେ ସଫଳ ହୋଇପାରିବା , ଏବଂ ସାରାବିଶ୍ୱକୁ ଏହି ମହାମାରୀରୁ ରକ୍ଷା କରିପାରିବା ।