91

ନୂଆଦିଲ୍ଲୀରେ ଆକ୍ରମଣ ଷଡଯନ୍ତ୍ର କରିଥିଲେ: ଗିରଫ ହେଲେ ସନ୍ଦିଗ୍ଧ ଆଇଏସ ଆତଙ୍କବାଦୀ

ନୂଆଦିଲ୍ଲୀ ୨୨।୦୮:  ଦିଲ୍ଲୀର ଧଲାକୂଆଁ ରିଙ୍ଗ ରୋଡ ନିକଟରେ ପୋଲିସ-ଆତଙ୍କବାଦୀ ଗୁଳିବିନିମୟ ହୋଇଛି । ଗୁଳିବିନିମୟ ପରେ ସଂପୃକ୍ତ ଆତଙ୍କବାଦୀକୁ କାବୁ କରାଯାଇଥିବା ଦିଲ୍ଲୀ ସ୍ପେସାଲ ସେଲ ପକ୍ଷରୁ ସୂଚନା ଦିଆଯାଇଛି । IED ସହ ISIS ଆତଙ୍କବାଦୀକୁ ଗିରଫ ନେଇ ଦିଲ୍ଲୀ ସ୍ପେସାଲ ସେଲ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଏହି ଅପରେସନ କାର୍ଯ୍ୟ ଆରମ୍ଭ କରିଥିଲା। ପୁରା ଅଞ୍ଚଳକୁ ସ୍ପେଶାଲ ସେଲ୍‌ ଘେରିଯାଇଥିଲା । ତେବେ ପୋଲିସ ପୁରା ଅଞ୍ଚଳକୁ ଘେରିବା ଦେଖି ଗୁଳିଚାଳନା ଆରମ୍ଭ ହୋଇଥିଲା । ଉଭୟ ଆତଙ୍କବାଦୀ-ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଶେଷରେ ଆତଙ୍କବାଦୀକୁ କାବୁ କରିନେଇଥିଲା ସ୍ପେଶାଲ ସ୍କ୍ୱାର୍ଡ । ଆତଙ୍କବାଦୀଙ୍କ ଟାର୍ଗେଟରେ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ଥିବା କୁହାଯାଉଛି। ତେବେ ଗିରଫ ହୋଇଥିବା ଆତଙ୍କବାଦୀର ନାମ ୟୁସୁଫ ବୋଲି ଜଣାପଡିଛି । ଅଞ୍ଚଳରେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ମଧ୍ୟ ସନ୍ଦେହ କରାଯାଉଛି । ୟୁସୁଫ ନିକଟରୁ ଦୁଇଟି ଆଇଡି ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।ଦିଲ୍ଲୀ ପୋଲିସ କହିଛି ଯେ, ଆଇଏସଆଇଏସ୍ ଆତଙ୍କବାଦୀମାନେ ଦିଲ୍ଲୀରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ଏକାକୀ ଉଲଫ ଆକ୍ରମଣ ଯୋଜନା କରାଯାଇଥିଲା। ଯେଉଁଥି ପାଇଁ ଅନେକ ସ୍ଥାନ ସେମାନେ ରେଡ୍ କରିଥିଲେ । ପୋଲିସର ସୂଚନାନୁସାରେ ଦିଲ୍ଲୀର କିଛି ଲୋକ ଆବୁ ୟୁସୁଫଙ୍କୁ ସହଯୋଗ ଯୋଗାଉଥିଲେ, ସେମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି ।
Spread the love